ପୁରୀ:ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ । ନୟାଗଡ ବନଖଣ୍ଡରୁ ରଥକାଠ ବୋଝେଇ ଟ୍ରକ ଆସି ପୁରୀରେ ପହଞ୍ଚିଛି । ଏଥିରେ 17 ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତ ବର୍ଷ ରଥଯାତ୍ରାକୁ ନେଇ ପ୍ରଶାସନ ପ୍ରସ୍ତୁତ ରହିଛି ।
ଚଳିତ ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଛି । ପୂର୍ବ ବର୍ଷର 69 ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ରଥଯାତ୍ରା ପାଇଁ 796 ଖଣ୍ଡର ଆବଶ୍ୟକ ରହିଛି । ତେଣୁ 796 ଖଣ୍ଡ କାଠରୁ ଆଜି ମୋଟ 79 ଖଣ୍ଡ କାଠ ବର୍ତ୍ତମାନ ସୁଦ୍ଧା ପୁରୀରେ ପହଞ୍ଚିଛି । ବଳକା 717 ଖଣ୍ଡ କାଠ ପର୍ଯ୍ୟାୟକ୍ରମେ ଆସି ପହଞ୍ଚିବ ।