ଓଡିଶା

odisha

ETV Bharat / city

ରାତି ପାହିଲେ ରଥଯାତ୍ରା, ରଙ୍ଗବେରଙ୍ଗ ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର

ସିଂହଦ୍ବାର ଠୁ ଶ୍ରୀମନ୍ଦିର । ମନ୍ଦିର ବେଢା ପରିସର ଠୁ ଶ୍ରୀଗୁଣ୍ଡିଚା ମନ୍ଦିର । ଭଳିକି ଭଳି ଫୁଲରେ ସଜେଇ ହୋଇଛି ଉଭୟ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର । ଗେଣ୍ଡୁ, ମାଳତି, ଜାରଭେରା, କାରନସନ ଏମିତି ଅନେକ ପ୍ରକାର ଫୁଲରେ ମନ୍ଦିର ପରିସରକୁ ସଜାଯାଇଛି । ଯାହା ଏଥର ରଥଯାତ୍ରାରେ ବିଶେଷ ଆକର୍ଷଣ ସାଜିଛି ।

By

Published : Jul 3, 2019, 5:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରଙ୍କୁ ରଙ୍ଗବେରଙ୍ଗର ଫୁଲରେ ସଜ୍ଜିତ କରାଯାଇଛି । ସିଂହଦ୍ବାର ଠାରୁ ଶ୍ରୀମନ୍ଦିର, ମନ୍ଦିର ବେଢା ପରିସର ଠାରୁ ଶ୍ରୀଗୁଣ୍ଡିଚା । ଭଳିକି ଭଳି ଗେଣ୍ଡୁ, ମାଳତୀ, ଜାରଭେରା, କାରନସନ ଭଳି ଫୁଲରେ ସଜେଇ ଦିଆଯାଇଛି । ଯାହାକି ଚଳିତ ରଥଯାତ୍ରାର ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

15ରୁ ଊର୍ଦ୍ଧ୍ବ ଟ୍ରକ ଫୁଲରେ ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ସଜ୍ଜା ଯାଇଛି । ଯାହାର ଆନୁମାନିକ ମୂଲ୍ୟ ହେବ 15ରୁ 20 ଲକ୍ଷ ଟଙ୍କା । ଏହାକୁ ସଜେଇବା ପାଇଁ ଲାଗିଥିଲେ 200ରୁ ଊର୍ଦ୍ଧ୍ବ କାରିଗର । ଦିଲ୍ଲୀର ଜଣେ ବ୍ୟବସାୟୀ ନିଜସ୍ବ ଖର୍ଚ୍ଚରେ ପ୍ରଶାସନର ଅନୁମତି କ୍ରମେ ଏଭଳି ନିଆରା ପଦକ୍ଷେପ ନେଇଛନ୍ତି । ତେବେ କେବଳ ରଥଯାତ୍ରା ନୁହେଁ ସୁନାବେଶ ଓ ନିଳାଦ୍ରୀ ବିଜେ ମଧ୍ୟ ଏଭଳି ମନ୍ଦିର ସଜ୍ଜିତକରଣ କରିବାର କାର୍ଯ୍ୟକ୍ରମ ରହିଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details