ଓଡିଶା

odisha

ETV Bharat / city

ବନ୍ୟାଜଳରେ ଉବୁଟୁବୁ ପୁରୀ ଉପକଣ୍ଠ, ଦାଣ୍ଡଦୁଆରେ ଲହଡି ଭାଙ୍ଗୁଛି ପାଣି

ପୁରୀ ସହରର ଉପକଣ୍ଠ ସ୍ଥିତ ଗୋପୀନାଥପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତି । ମଙ୍ଗଳା ନଦୀର ବନ୍ୟା ଜଳ ପ୍ରବେଶ ପରେ ମୁକୁନ୍ଦ ମିଶ୍ର ନଗର ସମେତ ମାଟି ତୋଟା , ସୁଜାତା ନଗର ଆଦି ଅଞ୍ଚଳ ପାଣି ଘରରେ ରହିଛି । ଅଧିକ ପଢନ୍ତୁ...

By

Published : Sep 2, 2020, 5:40 PM IST

ବନ୍ୟା ଜଳରେ ଉବୁଟୁବୁ ପୁରୀ ଉପକଣ୍ଠ, ଦାଣ୍ଡ ଦୁଆରେ ଲହଡି ଭାଙ୍ଗୁଛି ପାଣି
ବନ୍ୟା ଜଳରେ ଉବୁଟୁବୁ ପୁରୀ ଉପକଣ୍ଠ, ଦାଣ୍ଡ ଦୁଆରେ ଲହଡି ଭାଙ୍ଗୁଛି ପାଣି

ପୁରୀ: ସହରର ଉପକଣ୍ଠ ଗୋପୀନାଥପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତି । ମୁକୁନ୍ଦମିଶ୍ର ନଗରରେ ବନ୍ୟା ଜଳ ପଶିଯାଇଥିବା ହେତୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଘର ଆଗରେ କେଉଁଠି ଛାତିଏ ଉଚ୍ଚର ପାଣି ତ ଆଉ କେଉଁଠି ପିଣ୍ଡା ଡେଇଁ ଘରେ ପଶିଲାଣି ପାଣି ।

ବନ୍ୟା ଜଳରେ ଉବୁଟୁବୁ ପୁରୀ ଉପକଣ୍ଠ, ଦାଣ୍ଡ ଦୁଆରେ ଲହଡି ଭାଙ୍ଗୁଛି ପାଣି

ମଙ୍ଗଳା ନଦୀର ବନ୍ୟା ଜଳ ପ୍ରବେଶ ପରେ ମୁକୁନ୍ଦ ମିଶ୍ର ନଗର ସମେତ ମାଟି ତୋଟା , ସୁଜାତା ନଗର ଆଦି ଅଞ୍ଚଳ ପାଣି ଘରରେ ରହିଛି । ଏହାଫଳରେ ଲୋକେ ଘରୁ ବାହାରି ପାରୁ ନାହାଁନ୍ତି। ଦୈନନ୍ଦିନ ଜୀବନ ଯାତ୍ରା ଠପ ହୋଇ ଯାଇଛି। ପ୍ରଶାସନର ଅବହେଳା ହେତୁ ପ୍ରତିବର୍ଷ ଏଭଳି ଅବସ୍ଥା ଉପୁଜୁଥିବା ଅଭିଯୋଗ ହୋଇଛି ।

ମଙ୍ଗଳା ଘାଟ ବାଇପାସ ରାସ୍ତା ପରେ ଜଳ ନିଷ୍କାସନ ପାଇଁ ଆଉ ରାସ୍ତା ନାହିଁ। ଫଳରେ ବନ୍ୟା ଜଳ ସମେତ ଲଘୁଚାପ ବର୍ଷାରେ ଜମି ଥିବା ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ। ପାଣି ଦୀର୍ଘ ଦିନ ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଅନେକ ଲୋକଙ୍କୁ ଚର୍ମ ରୋଗ ବ୍ୟାପିଲାଣି। ସେହିପରି ବିଭିନ୍ନ ସରୀସୃପ ଘରେ ପଶି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛନ୍ତି।

ପ୍ରତିବର୍ଷ ସ୍ତାନୀୟ ଲୋକେ ଏହାର ସମାଧାନ ନେଇ ପ୍ରଶାସନ ନିକଟରେ ଦାବି ରଖି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ପୁରୀ ଅଠରନଳା ପାଖରେ ଯଦି ଏଭଳି ଅବସ୍ଥା, ତାହେଲେ ପୁରୀ ଜିଲ୍ଲାରେ କିଭଳି ପ୍ରଶାସନ ବନ୍ୟାର ମୁକାବିଲା କରୁଥିବା ତାକୁ ନେଇ ସ୍ତାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି।

ତେବେ ଗତ 4 ଦିନ ହେବ ଅନେକ ଲୋକ ଡ଼ଙ୍ଗାରେ ନିଜ ଘରକୁ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ପୁରୀ ସହରାଞ୍ଚଳରେ ଡ଼ଙ୍ଗା ଚାଲିବା ଚର୍ଚ୍ଚାର ବିଷୟ ହୋଇଛି। ଗୋପୀନାଥପୁର ପଞ୍ଚାୟତ ଅଞ୍ଚଳ ତଥା ମୁକୁନ୍ଦମିଶ୍ର ନଗର ଅଞ୍ଚଳ କିଭଳି ବନ୍ୟା ସ୍ଥିତି ରହିଛି ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details