ପୁରୀ:ଶ୍ରୀବିଗ୍ରହଙ୍କ ସୁବର୍ଣ୍ଣ ତିଳକ ଓ ରାହୁ ରେଖା ବଦଳାଯିବ। ଏହି ଆଭୂଷଣକୁ ନୂତନ କରି ନିର୍ମାଣ କରିବାକୁ ଗତକାଲି (ଶନିବାର) ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେବାୟତଙ୍କ ପ୍ରସ୍ତାବକୁ ଗ୍ରହଣ କରି ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛି ।
ପରିଚାଳନା କମିଟି ବୈଠକରେ ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର, ଅନନ୍ତ ତିଆଡି, ଦୁର୍ଗାପ୍ରସାଦ ଦାସ ମହାପାତ୍ର ପ୍ରମୁଖ ସେବାୟତ ସଦସ୍ୟ ପ୍ରସ୍ତାବ ଦେଇଥିଲେ। ସେବାୟତ ସଦସ୍ୟଙ୍କ ଏହି ପ୍ରସ୍ତାବକୁ ପରିଚାଳନା କମିଟି ଗ୍ରହଣ କରିନେଇଛି । ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା ଓ ରାହୁରେଖାକୁ ନୂତନ କରି ନିର୍ମାଣ କରିବାକୁ ପାଖାପାଖି ୫ କିଲୋ ସୁନା ଆବଶ୍ୟକ । ଏହି ସୁବର୍ଣ୍ଣ ଆଭୂଷଣକୁ ଦାତାଙ୍କ ଦାନ ସୁନାରେ ପ୍ରସ୍ତୁତ କରିବାକୁ ପରିଚାଳନା କମିଟି ଅଗ୍ରାଧିକାର ଦେଉଛି ।