ପୁରୀ: ଆସନ୍ତା ମେ ୩ ତାରିଖରେ ପଡୁଛି ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ଦିବସରେ ଚଳିତ ବର୍ଷର ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହାସହ ଭକ୍ତ ଓ ସେବାୟତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ଏ ନେଇ ଶ୍ରୀମନ୍ଦିର ଉପ-ମୁଖ୍ୟପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହାପରେ ମେ ୫ ତାରିଖରେ ପ୍ରଶାସନ ପକ୍ଷରୁ ଏକ ସମନ୍ବୟ ବୈଠକ ବସିବ ।
ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ, ଭକ୍ତମାନଙ୍କ ପାଇଁ କଣ ବିଶେଷ ବ୍ୟବସ୍ଥା ହେବ ସେ ନେଇ ଏକ ସମୀକ୍ଷା ବୈଠକ ଶ୍ରୀମନ୍ଦିର ଉପ-ମୁଖ୍ୟପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସପି, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସେବାୟତଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।