ପୁରୀ: ତେଜୁଛି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ । ପ୍ରଶାସନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସାଂସଦ ଷଡଙ୍ଗୀଙ୍କ ନାମରେ ଥାନାରେ ଏତଲା । ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି । ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ଏହି ଏତଲା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ:-MP Aparajita Puri Visit: ସାଂସଦଙ୍କ ଶୋଭାଯାତ୍ରାକୁ ଟମାଟୋ ମାଡ
ଆଜି ସାଂସଦ ଅପରାଜିତା ଷଡଙ୍ଗୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଓହ୍ଲାଇ ମେଡ଼ିକାଲ ଛକରୁ ଚାଲି ଚାଲି ଶ୍ରୀମନ୍ଦିର ଆସିଥିଲେ । ଏହି ସମୟରେ ଶତାଧିକ କର୍ମୀ ତାଙ୍କ ସହ ସାମିଲ ହୋଇ ବିଭିନ୍ନ ନରାବାଜି ଦେଇଥିଲେ । ଏହା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଭଙ୍ଗ କରିଥିବା ଅଭିଯୋଗ ହୋଇଛି । ତେଣୁ ପୁରୀ ପୋଲିସ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ କର୍ମକର୍ତ୍ତା ଦାବି କରିଛନ୍ତି ।