ଓଡିଶା

odisha

By

Published : Oct 31, 2021, 7:52 AM IST

ETV Bharat / city

ମରିଗଲା ମାନବିକତା, ମୃତ ଝିଅକୁ ଟ୍ରଲିରେ ସ୍ବର୍ଗଦ୍ବାର ନେଲେ ବାପା

ଶୁଣିଲେନି ସାହିଭାଇ । ଝିଅର ମର ଶରୀରକୁ ଟ୍ରଲିରେ ସ୍ବର୍ଗଦ୍ବାର ନେବେ ବୁଢା ବାପା । ଅଧିକ ପଢନ୍ତୁ..

ମରିଗଲା ମାନବିକତା, ମୃତ ଝିଅକୁ ଟ୍ରଲିରେ ସ୍ବର୍ଗଦ୍ବାର ନେଲେ ବାପା
ମରିଗଲା ମାନବିକତା, ମୃତ ଝିଅକୁ ଟ୍ରଲିରେ ସ୍ବର୍ଗଦ୍ବାର ନେଲେ ବାପା

ପୁରୀ: ମରିଗଲା ମାନବିକତା । ଆଡ ଆଖିରେ ଚାହିଁଲେନି ସାହିଭାଇ କି କାନ୍ଧ ଦେଲେନି ମଧ୍ୟ । ଶେଷର ନିରୁପାୟ ବୁଢା ବାପା ଟ୍ରଲିରେ ଝିଅର ମୃତଦେହକୁ ବୋହି ନେଲେ ସ୍ବର୍ଗଦ୍ବାର । ସବୁଠୁ ବଡ କଥା ହେଉଛି, ଏହି ଦୃଶ୍ୟ କୌଣସି ଅପନ୍ତରା ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନୁହେଁ, ବରଂ ଶ୍ରୀକ୍ଷେତ୍ରର ପବିତ୍ର ବଡଦାଣ୍ଡରୁ ସାମ୍ନାକୁ ଆସିଛି ଜଣେ ଅସହାୟ ବୃଦ୍ଧ ବାପାର ଏହି କରୁଣ ଚିତ୍ର ।

ମରିଗଲା ମାନବିକତା, ମୃତ ଝିଅକୁ ଟ୍ରଲିରେ ସ୍ବର୍ଗଦ୍ବାର ନେଲେ ବାପା

ସୂଚନା ଅନୁଯାୟୀ, ମୃତକ ମହିଳା ହେଉଛନ୍ତି ପୁରୀ ନରେନ୍ଦ୍ର କୋଣ ମଙ୍ଗଳା ସାହିର ବାସିନ୍ଦା ଗୋପୀ ନାୟକଙ୍କ ପତ୍ନୀ ମାମୁଲି ନାୟକ । ବହୁ ଦିନ ପୂର୍ବରୁ ଗୋପୀ ନାୟକଙ୍କ ଦେହାନ୍ତ ହୋଇଯାଇଥିଲା । ତେଣୁ ମାମୁଲି ନିଜ ବାପଘରେ ରହିଆସୁଥିଲେ । ସେ ଗତ କିଛିଦିନ ଧରି ଶ୍ବାସରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ୮ ଦିନ ତଳେ ଘରକୁ ଫେରିଥିଲେ । ମାତ୍ର ଶେଷରେ ଗତକାଲି(ଶନିବାର) ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଝିଅର ମୃତଦେହ ସଂସ୍କାର ପାଇଁ ସ୍ବର୍ଗଦ୍ବାର ନେବାକୁ ବୃଦ୍ଧ ବାପା ଅନାଦି ଚରଣ ସାହିଭାଇଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ । ହେଲେ ମାମୁଲି ଅଲଗା ଜାତିରେ ବିବାହ କରିଥିବା ଯୋଗୁଁ ସାହି ପଡିଶା ଲୋକେ ସମସ୍ତେ ଅନାଦିଙ୍କ ଠାରୁ ମୁହଁ ଫେରାଇ ନେଇଥିଲେ । ଦିନ ୧୨ଟାରୁ ଘରେ ମୃତଦେହ ପଡି ରହିଥିଲେ ବି କେହି ସହଯୋଗ କରିନଥିଲେ ।

ଶେଷର ବୃ୍ଦ୍ଧଙ୍କୁ ସାହାର୍ଯ୍ୟ କରିଥିଲେ ଜଣେ ସମ୍ପର୍କୀୟ ଟ୍ରଲି ଚାଳକ । ତାଙ୍କ ସହଯୋଗରେ ଉପାୟ ଶୂନ୍ୟ ବୃଦ୍ଧ ବାପା ନିଜର ମୃତ ଝିଅକୁ ସ୍ବର୍ଗଦ୍ବାର ନେଇଥିଲେ । ଯାହାକୁ କୋହଭରା କଣ୍ଠରେ ବଖାଣିଛନ୍ତି ବୃଦ୍ଧ ଜଣକ । ତେବେ ଏଠି ପ୍ରଶ୍ନ ଉଠୁଛି ପୁରୀ ଭଳି ସହରରେ ଏବଂ ବଡଦାଣ୍ଡରେ ଟ୍ରଲିରେ ମରଶରୀର ଯାଉଥିବାବେଳେ କିଭଳି କୌଣସି ପୋଲିସ ପିସିଆର କି ସରକାରୀ ଅଧିକାରୀଙ୍କ ଏହାପ୍ରତି ଦୃଷ୍ଟି ପଡିଲାନି । ପର୍ଯ୍ୟଟନ ସହର ପୁରୀରେ ଘଟିଥିବା ଏହି ଅଭାବନୀୟ ଘଟଣା ରାଜ୍ୟ ସରକାରଙ୍କ ତମାମ୍ ଯୋଜନା ଉପରେ ଏକ ଉପହାସ ନିଶ୍ଚୟ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details