ଓଡିଶା

odisha

ETV Bharat / city

ଆଜି ଭଙ୍ଗାଯିବ ଐତିହାସିକ ଏମାର ମଠ - ଏମାର ମଠ

ଆଜି ଭଙ୍ଗାଯିବ ପୁରୀର ଐତିହାସିକ ଏମାର ମଠ । ଶ୍ରୀମନ୍ଦିରରୁ 75 ମିଟର ପର୍ଯ୍ୟନ୍ତ କୌଣସି ଘର,ଦୋକାନ କିମ୍ବା ମଠ ରହିବା ନାହିଁ ବୋଲି ନିଷ୍ପତ୍ତି ନିଆଯିବା ପରେ ଏହି ଉଚ୍ଛେଦ କାମ ମଙ୍ଗଳବାର ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ପୁରୀ

By

Published : Aug 28, 2019, 3:19 AM IST

ପୁରୀ: ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠକୁ ଆଜି ଉଚ୍ଛେଦ କରାଯିବ । ନିକଟରେ ଥିବା ଦୋକାନ ଘରକୁ ମଧ୍ୟ ଖାଲି କରାଇ ଦିଆଯାଇଛି । ପୁରାତନ ଲଙ୍ଗୁଳି ମଠକୁ ମଙ୍ଗଳବାର ପ୍ରଶାସନ ଉଚ୍ଛେଦ କରିଛି । ଶାନ୍ତି ଶୃଙ୍ଖଳା ନେଇ 24 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସହ ଏବଂ ଉଛେଦ ପ୍ରକ୍ରିୟା ସହରବାସୀଙ୍କ ସମର୍ଥନକୁ ନେଇ ହୋଇଥିଲା । ଏନେଇ ଜିଲ୍ଲାପାଳ ଧନ୍ୟବାଦ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ପୁରୀ

ଶ୍ରୀମନ୍ଦିର ଚାରିପାଖରେ 75 ମିଟର ପର୍ଯ୍ୟନ୍ତ ଥିବା ବିଭିନ୍ନ ଘର, ମଠ, ଲଜିଂ ମଧ୍ୟ ଭଙ୍ଗାଯିବ । ଏହାପରେ ଶ୍ରୀଜଗନ୍ନାଥଙ୍କ ଜମିକୁ ମଧ୍ୟ ଅଧିଗ୍ରହଣ କରାଯିବ । ସେଠାରେ ଉଚ୍ଛେଦ ହୋଇ ଥିବା ମଠକୁ ଥଇଥାନ ନେଇ ଜାଗା ବ୍ୟବସ୍ଥା କରାଯିବ । ସେହିପରି କ୍ଷତିଗ୍ରସ୍ତ ହେଉଥିବା ଦୋକାନୀଙ୍କୁ ଜଗନ୍ନାଥ ବଲ୍ଲବ ମାର୍କେଟ କମ୍ପ୍ଲେକ୍ସ, ପୁରୁଣା ଜେଲରେ ହେବାକୁ ଥିବା କମ୍ପ୍ଲେକ୍ସରେ ଥଇଥାନ କରାଯିବ ।

ସେହିପରି ଘର ଭାଙ୍ଗିବା ପରେ ଉକ୍ତ ପରିବାରକୁ ମଧ୍ୟ ସଠିକ ସ୍ଥାନରେ ଥଇଥାନ କରାଯିବ । ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିରେ ଘର ଉଚ୍ଛେଦ ହୋଇ ଥିବା ପରିବାରଙ୍କୁ ଜାଗା ସହ ଘର ନିର୍ମାଣ ନେଇ ମଧ୍ୟ ସରକାର ଉପଯୁକ୍ତ ଅର୍ଥ ପ୍ରଦାନ କରିବେ ।

ଏଣୁ ଉଛେଦ ପ୍ରକ୍ରିୟାରେ ସମସ୍ତେ ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି । ପୁରୀରୁ ବିଶ୍ବ ଐତିହ ସହର ଗଢି ତୋଳିବାରେ ତ୍ୟାଗ ଦେଇ ଥିବା ଲୋକଙ୍କୁ ସରକାର ସବୁଠୁ ଭଲ ଥଇଥାନ କରିବା ଦାୟିତ୍ବ ନେଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details