ଓଡିଶା

odisha

By

Published : Apr 23, 2021, 12:55 PM IST

ETV Bharat / city

ସ୍ବର୍ଗଦ୍ବାରରେ ମୃତଦେହ ଦାହର ଡ୍ରାଏ ରନ

ବଦଳିଲା ପୁରୀ ସ୍ବର୍ଗଦ୍ବାରର ଚିତ୍ର । ସୁବ୍ୟବସ୍ଥିତ ଢଙ୍ଗରେ ପୁରୁଣା ସ୍ବର୍ଗଦ୍ବାର ପାଇଛି ନୂଆରୂପ । ପୁରୀ ସ୍ବର୍ଗଦ୍ବାରରେ ହୋଇଛି ମୃତଦେହ ଦାହର ଡ୍ରାଏ ରନ । ଅଧିକ ପଢନ୍ତୁ...

dru run programme on puri swarga dwara
ସ୍ବର୍ଗଦ୍ବାରରେ ମୃତଦେହ ଦାହର ଡ୍ରାଏ ରନ

ପୁରୀ: ବଦଳିଲା ପୁରୀ ସ୍ବର୍ଗଦ୍ବାରର ଚିତ୍ର । ସୁବ୍ୟବସ୍ଥିତ ଢଙ୍ଗରେ ପୁରୁଣା ସ୍ବର୍ଗଦ୍ବାର ପାଇଛି ନୂଆରୂପ । ପୁରୀ ସ୍ବର୍ଗଦ୍ବାରରେ ହୋଇଛି ମୃତଦେହ ଦାହର ଡ୍ରାଏ ରନ । ଜିଲ୍ଲପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି ଡ୍ରାଏ ରନ ।

ସ୍ବର୍ଗଦ୍ବାରରେ ମୃତଦେହ ଦାହର ଡ୍ରାଏ ରନ

ପୁରୀ ସ୍ବର୍ଗଦ୍ବାର ଉନ୍ନତିକରଣ ପରେ ନିର୍ମାଣ ହୋଇଥିବା ମୃତଦେହ ଦାହ ସ୍ଥାନରେ କିଭଳି ସଂସ୍କାର ହୋଇପାରୁଛି। ନା ଆଉ କଣ ଅସୁବିଧା ହେଉଛି ସେନେଇ ଏହି ଡ୍ରାଏ ରନ କରାଯାଉଛି । ଖାଲି କାଠକୁ ଜଳାଯାଇ ଏହି ଡ୍ରାଏ ରନ କରାଯାଇଥିଲା। ମୃତଦେହ ଦାହ ଏହି ସ୍ଥାନରେ ଏକକାଳୀନ ଏକାଧିକ କଲାବେଳେ କିଭଳି ସମ୍ଭବ ହୋଇପାରିବ ତାକୁ ଦେଖାଯାଇଥିଲା। ସ୍ବର୍ଗଦ୍ବାର ଉନ୍ନତିମୂଳକ କାର୍ଯ୍ୟ ଓ ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି 5 କୋଟି ଟଙ୍କା । ଏଥିରେ ମୃତଦେହ ଦାହ ପିଣ୍ଡି ସାଙ୍ଗକୁ,ଅସ୍ଥି ରଖିବା ପାଇଁ ଲୋକର,ପାନୀୟ ଜଳ ବ୍ୟବସ୍ଥା, ସିସିଟିଭିର ବ୍ୟବସ୍ଥା,ଅପେକ୍ଷା ଗୃହ, ଟଏଲେଟ, ପୂଜା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ଅନେକ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ତେଲେଙ୍ଗାନାର ମହାପ୍ରସ୍ଥାନମ ଢାଞ୍ଚାରେ ପୁରୀ ସ୍ବର୍ଗଦ୍ବାରର ବିକାଶ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details