ଓଡିଶା

odisha

ETV Bharat / city

ନବବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ

ନୂଆବର୍ଷ ଅବସରରେ ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭୋର ସମୟରୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ...

New year 2020
ନୂଆବର୍ଷ ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳଙ୍କୁ ଭିଡ

By

Published : Jan 1, 2020, 9:01 AM IST

Updated : Jan 1, 2020, 10:38 AM IST

ପୁରୀ: ନୂଆବର୍ଷ ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ । ଭୋର ସମୟରୁ ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ନୂଆବର୍ଷରେ କିଛି ନୂଆ ଆଶା ଓ ଉତ୍ସାହ ନେଇ ମହାପ୍ରଭୁଙ୍କ ନିକଟରୁ ଆର୍ଶୀବାଦ ନେଇଛନ୍ତି ରାଜ୍ୟବାସୀ । ଶୃଙ୍ଖଳିତ ଦର୍ଶନ ସହ ଠାକୁରଙ୍କ ନୀତିକାନ୍ତି କିଭଳି ସହଳ ହେବ ସେନେଇ ଶ୍ରୀମନ୍ଦିରରେ ନୀତିକାନ୍ତି ଚୂଡାନ୍ତ ହୋଇଥିଲା ।

ନବବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ

ଡିସେମ୍ବର 31 ରାତି 9ଟା 30 ସୁଦ୍ଧା ମହାପ୍ରଭୁଙ୍କ ପହୁଡ ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ରାତି 1ଟାରୁ ମହାପ୍ରଭୁଙ୍କ ଦ୍ବାର ଫିଟା ହେବା ସହ ଦର୍ଶନ ଆରମ୍ଭ ହୋଇଛି । ମଙ୍ଗଳ ଆଳତି, ଅବକାଶ, ତଡପ ଲାଗି, ଦ୍ବାର ପାଳପୂଜା ସହ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ରାତି 1ଟାରୁ ପହୁଡ ପଡି 1.20ରେ ପହୁଡ ଖୋଲାଯିବା ପରେ ରାତି 2ଟା 15ରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ବିଶ୍ବାସ ରହିଛି ନୂତନ ବର୍ଷରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ, ସମସ୍ତ ଦୁଃଖକୁଷ୍ଟ ଦୂର ହୁଏ । ତେବେ ସକାଳ 11ରେ ଭୋଗ ମଣ୍ଡପ ଉଠିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଅନ୍ୟପଟେ, ନୂଆବର୍ଷ ପାଇଁ ସଜେଇ ହେଉଛି ପୁରୀ । ଆଉ ସଜେଇ ହେଉଛି ସିଂହଦ୍ବାର । ଏପରିକି ଭକ୍ତଙ୍କ ଭିତରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ସାଉଣ୍ଡ ବକ୍ସ ଲଗାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ଅତ୍ୟାଧୁନିକ ସିସି କ୍ୟାମେରା ଲଗାଯିବା ସହ ନୂଆ ସେଡ ବ୍ୟାରିକେଡର ପ୍ରସ୍ତୁତ କରାଯାଇଛି । ରାତିରେ ସିଂହ ଦ୍ବାର ଝଲସିବା ନେଇ ଆଲୋକର ବ୍ୟବସ୍ଥା ହୋ ଶ୍ରୀମନ୍ଦିର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 1, 2020, 10:38 AM IST

ABOUT THE AUTHOR

...view details