ଓଡିଶା

odisha

ETV Bharat / city

ପ୍ରବେଶ ପଥରେ ପୁରୀର ବାଟ ଓଗାଳିଛି ସିଦ୍ଧମହାବୀର ରେଳ ଫାଟକ

ଜିଲ୍ଲାବାସୀଙ୍କ ପାଇଁ ଦୁଃଖ ପାଲଟିଛି ପୁରୀ-କୋଣାର୍କ ମୁଖ୍ୟ ରାସ୍ତା ସିଦ୍ଧମହାବୀର ରେଳ ଫାଟକ । ରେଳବାଇ ପକ୍ଷରୁ ଓଭରବ୍ରିଜ ନିର୍ମାଣ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଆରମ୍ଭ ହୋଇପାରିନି କାମ । କାମ ଆରମ୍ଭ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି । ଅଧିକ ପଢନ୍ତୁ...

ପୁରୀବାସୀଙ୍କୁ କଲବଲ କରୁଛି ସିଦ୍ଧମହାବିର ରେଳ ଫାଟକ
ପୁରୀବାସୀଙ୍କୁ କଲବଲ କରୁଛି ସିଦ୍ଧମହାବିର ରେଳ ଫାଟକ

By

Published : Nov 9, 2021, 3:07 PM IST

ପୁରୀ: ଜିଲ୍ଲାବାସୀଙ୍କ ପାଇଁ ଦୁଃଖ ପାଲଟିଛି ପୁରୀ-କୋଣାର୍କ ମୁଖ୍ୟ ରାସ୍ତା ସିଦ୍ଧମହାବୀର ଅଞ୍ଚଳରେ ଥିବା ରେଳ ଫାଟକ। ଏଠାରେ ରେଳ ଓଭରବ୍ରିଜ୍ ନଥିବାରୁ ସ୍ଥାନୀୟ ବାସିନ୍ଦା, ସହରବାସୀ, ଛାତ୍ର ଛାତ୍ରୀ ଓ ପର୍ଯ୍ୟଟକ ମାନେ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପୁରୀ ଏକ ବ୍ୟସ୍ତବହୁଳ ଟ୍ରେନ୍ ରୁଟ୍ ଥିବା ଯୋଗୁଁ ଅଧିକାଂଶ ସମୟ ଏଠାରେ ରେଳ ଫାଟକ ପଡି ରହୁଛି । ଯାହା ଫଳରେ ରୋଗୀ ଠାରୁ ଆରମ୍ଭ କରି ଯାତ୍ରୀଙ୍କ ସମସ୍ୟା ଏବେ ଦ୍ୱିଗୁଣିତ ହୋଇଯାଇଛି। ତେବେ ରେଳବାଇ ପକ୍ଷରୁ ଏଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା ପାଲଟିଛି ।

ପୁରୀବାସୀଙ୍କୁ କଲବଲ କରୁଛି ସିଦ୍ଧମହାବିର ରେଳ ଫାଟକ

ଏଠାରେ ଥିବା ଅନେକ ଜମି ମହାପ୍ରଭୁଙ୍କ ନାଁରେ ରହିଥିବା ବେଳେ ବିସ୍ଥାପିତ ହେବାକୁ ଥିବା ଏଠାକାର ବାସିନ୍ଦାମାନଙ୍କୁ କ୍ଷତିପୂରଣ ରାଶି ମିଳିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ତେଣୁ ରାଜ୍ୟ ସରକାର ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୁରଣ ରାଶି ଦେଲେ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ବାସିନ୍ଦା ନିଶ୍ଚିତ ସହଯୋଗ କରିବେ ବୋଲି ବିସ୍ଥାପିତ କହିଛନ୍ତି । ସେହିପରି କାହିଁକି ଏହି ସମସ୍ୟାର ସମାଧାନ ପ୍ରତି ପୁରୀ ପ୍ରଶାସନ ଗୁରୁତ୍ବ ଦେଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚୁଡ଼ାନ୍ତ ନକ୍ସା ଅନୁଯାୟୀ ଏଠାରେ ନିର୍ମାଣ ହେବାକୁ ଥିବା ରେଳ ଓଭରବ୍ରିଜର ଲମ୍ୱ ୬୩.୮୪ ମିଟର ଓ ଚଉଡ଼ା ୨୪ ମିଟର ଥିବା ବେଳେ ଏଥିରେ ଦୁଇଟିକିଆ ରାସ୍ତା, ଡ଼୍ରେନେଜ, ସର୍ଭିସ ରୋଡ଼ ଆଦି ରହିବ। ଓଭରବ୍ରିଜ୍ ନିର୍ମାଣ ପାଇଁ ୨.୬୬ ଏକର ଜମିର ଆବଶ୍ୟକତା ରହିଥିବା ବେଳେ ରାସ୍ତାର ଲମ୍ୱ ୯୦୦ ମିଟର ଓ ଦୁଇ ପାର୍ଶ୍ୱରେ ଆପ୍ରୋଚ ରୋଡ଼ ନିର୍ମାଣ ନିମନ୍ତେ ୮୦ ଫୁଟ ଚଉଡ଼ାର ଜମି ଅଧିଗ୍ରହଣ କରାଯିବ। ତେବେ ଏଥିରେ ଚାରୋଟି ମୌଜାର ୧୬୧ ଜଣଙ୍କ ଜମି ରହିଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଜମି ଏବେ ଆଇନ ଅନୁଯାୟୀ ବିସ୍ଥାପତିଙ୍କ ବ୍ୟକ୍ତିଗତ ସମ୍ପତ୍ତି ଭାବେ ପରିଗଣିତ କରାନଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ହୋଇଯାଇଥିବାରୁ କ୍ଷତିପୂରଣ ଦେବାରେ ପ୍ରଶାସନକୁ ସମସ୍ୟା ହେଉଛି । ତେବେ ଏହି ସମସ୍ୟାର ଖୁବଶୀଘ୍ର ସମାଧାନ କରାଯାଇ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଖାଲି ଦେଖିବାକୁ ବାକି ରହିଲା କେବେ ନିର୍ମାଣ ହେଉଛି ରେଳ ଲାଇନ ଉପରେ ଓଭର ବ୍ରିଜ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ABOUT THE AUTHOR

...view details