ଓଡିଶା

odisha

ETV Bharat / city

ସୁରକ୍ଷିତ ଅଛନ୍ତି ବାଲୁଖଣ୍ଡ ଚିତ୍ରା ହରିଣ, ଖୁବଶୀଘ୍ର ଆସିବ ରିପୋର୍ଟ

'ଫନି' ଧ୍ବସ୍ତବିଧ୍ବସ୍ତ କରିଦେଇଛି ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ । ଚିତ୍ରା ହରିଣଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ସମସ୍ତ ହରିଣ ସୁରକ୍ଷିତ ଥିବା କହିଛନ୍ତି ବନବିଭାଗ ।

By

Published : May 14, 2019, 10:19 PM IST

Updated : May 15, 2019, 10:37 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ପୁରୀ

ପୁରୀ: ସାମୂଦ୍ରିକ ଝଡ 'ଫନି'ରେ ପ୍ରଭାବିତ ହୋଇଥିଲା ବାଲୁଖଣ୍ଡ ଅଭୟାରଣ୍ୟ । ଏଥିରେ 4 ହଜାର ହରିଣ ବାତ୍ୟା ଯୋଗୁଁ ମରିଥିବା ଆଶଙ୍କା କରାଯାଉ ଥିବାବଳେ ଏହାକୁ ଖଣ୍ଡନ କରିଛି ବନ ବିଭାଗ । ଏପର୍ଯ୍ୟନ୍ତ ଅଭୟାରଣ୍ୟ ଭିତରୁ କୌଣସି ହରିଣର ମୃତ ଦେହ ମିଳିନଥିବା ପୁରୀ ବନ ବିଭାଗ କହିଛି।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ପୁରୀ

ସେହିପରି ବାତ୍ୟା ପରେ, ଚିତ୍ରା ହରିଣ ଗୁଡିକ ଅଭୟାରଣ୍ୟ ଭିତରକୁ ଫେରି ଆସିଥିବା ପୁରୀ ବନ ବିଭାଗ ସଫେଇ ଦେଇଛି । ହରିଣ ମାନେ ଖାଦ୍ୟ ଖାଇବା ପାଇଁ ଜଙ୍ଗଲ ଭିତରେ ବନ ବିଭାଗ ପକ୍ଷରୁ ଚାରଣ ଭୂମି ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ପାଣିପିଇବା ନେଇ ବଡ଼ ପାତ୍ରରେ ଜଳ ଯୋଗାଇ ଦିଆଯାଇଛି ।

ବନ ବିଭାଗ କର୍ମଚାରୀ ହରିଣଙ୍କ ସୁରକ୍ଷା ପାଇଁ ଜାଗ୍ରତ ରହିଛନ୍ତି। ବାତ୍ୟା ପୂର୍ବରୁ ସତର୍କତା ସ୍ୱରୂପ ଅଭୟାରଣ୍ୟର ସମସ୍ତ ଗେଟ ଖୋଲି ଦିଆଯାଇଥିଲା। ଚିତ୍ରା ହରିଣ ଗୁଡିକ ନିକଟସ୍ଥ ଗ୍ରାମ, ବିଭିନ୍ନ ବଡ଼ ଗଛ କୋରଡରେ ଆଶ୍ରୟ ନେଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ତେବେ ଏ ପର୍ଯ୍ୟନ୍ତ କୌଣସି ମୃତ ହରିଣ ମିଳିନଥିବା ହେତୁ ହରିଣ ମାନେ ଏବେବି ସୁରକ୍ଷିତ ଥିବା ସୂଚନା ଦେଇଛି ବନବିଭାଗ ।

ପୁରୀରୁ ଶକ୍ତି ପ୍ରାସାଦ ମିଶ୍ର, ଇଟିଭି ଭାରତ

Last Updated : May 15, 2019, 10:37 AM IST

ABOUT THE AUTHOR

...view details