ଓଡିଶା

odisha

ETV Bharat / city

କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରିରେ ବନ୍ୟା ସାଜିଛି ବାଧକ, କ୍ଷତି ସହୁଛନ୍ତି ଗୋଚାଷୀ

ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ବନ୍ୟା ପାଣି ଘେରରେ ଗୋଚାଷୀ । କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରି କରିପାରୁନଥିବାବେଳେ, ଗାଈ ଗୋରୁଙ୍କୁ ଖାଦ୍ୟ ମଧ୍ୟ ଯୋଗାଇ ପାରୁନାହାନ୍ତି । ଏହାସହ ଗାଈ ଦୂଷିତ ପାଣି ପିଉଥିବାରୁ ସୁରକ୍ଷା ଲାଗି ଦାବି ହୋଇଛି । ଅଧିକ ପଢନ୍ତୁ

କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରିରେ ବନ୍ୟା ସାଜିଛି ବାଧକ, ବିପୁଳ କ୍ଷତିରେ ଗୋଚାଷୀ
କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରିରେ ବନ୍ୟା ସାଜିଛି ବାଧକ, ବିପୁଳ କ୍ଷତିରେ ଗୋଚାଷୀ

By

Published : Aug 25, 2022, 7:31 PM IST

ପୁରୀ: ଜିଲ୍ଲାର ଗୋପ ଅଞ୍ଚଳ ଛେନା, କ୍ଷୀର ପାଇଁ ପ୍ରସିଦ୍ଧ । ପ୍ରତିଦିନ ବିଭିନ୍ନ ସହରକୁ ପୁରୀ ଗୋପ ଅଞ୍ଚଳରୁ ଛେନା, କ୍ଷୀର ଯାଇଥାଏ । ଗୋପ ଅଞ୍ଚଳରେ ଘରେ ଘରେ ଲୋକ ମାନେ ଗାଈ ରଖି ଏହି ବ୍ୟବସାୟ କରନ୍ତି । ମାତ୍ର ଏଥିରେ ବନ୍ୟା ସାଜିଛି ବାଧକ । କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରି କରିପାରୁନଥିବାରୁ ଗୋଚାଷୀମାନେ କ୍ଷତିରେ ଥିବାରୁ ଗାଈଗୋରୁଙ୍କୁ ଖାଦ୍ୟ ମଧ୍ୟ ଯୋଗାଇ ପାରୁନାହାନ୍ତି । ବନ୍ୟା ବେଳେ ଗାଈଗୋରୁଙ୍କ ସୁରକ୍ଷା ଲାଗି ସେମାନେ ଦାବି କରିଛନ୍ତି ।

କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରିରେ ବନ୍ୟା ସାଜିଛି ବାଧକ, ବିପୁଳ କ୍ଷତିରେ ଗୋଚାଷୀ

କୁଶଭଦ୍ରା ନଦୀରେ ଘାଇ ଫଳରେ ଗୋପର ନାଗପୁର, ଗଣେଶ୍ବରପୁର, ବେଦପୁର ସମେତ ଅନେକ ପଞ୍ଚାୟତ ଜଳମଗ୍ନ ହୋଇଥିବାବେଳେ, ଅନେକ ଗାଁ ଗତ ୧୧ଦିନ ହେବ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଫଳରେ କ୍ଷୀର, ଛେନା ନେଇ ବଜାରରେ ଗୋଚାଷୀ ବିକ୍ରି କରି ପାରୁନାହାଁନ୍ତି । ଗତ ୧୦ଦିନ ହେବ ଶହ ଶହ ଲିଟର କ୍ଷୀରକୁ ବନ୍ୟା ଜଳରେ ବାଧ୍ୟ ହୋଇ ଢାଳିଛନ୍ତି ଗୋ ଚାଷୀ । ସେହିପରି ବନ୍ୟା ଜଳରେ ଗାଁ ବୁଡ଼ି ରହିଥିବା ଯୋଗୁଁ ଗୋରୁଗାଈଙ୍କୁ ରଖିବା ପାଇଁ ଜାଗା ନାହିଁ ।

ବନ୍ୟା ଜଳରେ ଓଦା ହୋଇ ଦୂଷିତ ପାଣି ପିଇ ଅନେକ ଗୋରୁଗାଈ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ମୁଖରେ ପଡିବା ନେଇ ଚାଷୀ ଆଶଙ୍କା କରିଛନ୍ତି । ବନ୍ୟା ଯୋଗୁଁ ଆବଶ୍ୟକ ପରିମାଣର ଗୋ ଖାଦ୍ୟ ଯୋଗାଇ ଦେଇ ହେଉନାହିଁ । ଭୋକ ଉପାସରେ ଏହି ନିରୀହ ଗାଈ ଗୁଡିକ ରହିଛନ୍ତି । ସରକାର ଥରେ ମାତ୍ର ଗୋଖାଦ୍ୟ ଯୋଗାଇ ଦେଇ ବସି ପଡିଛନ୍ତି । ଯାହାକି ସମୁଦ୍ରକୁ ଶଙ୍ଖେ ଭଳି । ଜଳବନ୍ଦୀ ଭିତରେ ଗୋଚାଷୀ ମାନେ ଥିବା ବେଳେ ଡଙ୍ଗା ନ ଥିବା ଯୋଗୁଁ ବଜାରରୁ ଗୋଖାଦ୍ୟ କିଣି ପାରୁନାହାନ୍ତି ।

ଏହା ବି ପଢନ୍ତୁ- ନିମାପଡାରେ ରିଲିଫ ବଣ୍ଟନରେ ଦୁର୍ନୀତି, ଅଭିଯୋଗ କରିବାକୁ ଚିହିକି ଉଠିଲେ ସରପଞ୍ଚଙ୍କ ସ୍ବାମୀ

ଏଭଳି ଅବସ୍ଥା ରହିଲେ ଖାଦ୍ୟ ବିନା ଗୋରୁଗାଈ ଜୀବନ ଚାଲିଯିବ। ହଜାର ହଜାର ଟଙ୍କାର ଋଣ କରି ଗୋଚାଷ କରି ପ୍ରତିପୋଷଣ କରୁଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି । ବନ୍ୟା ଜଳ ଯୋଗୁଁ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବାବେଳେ, ଗାଈଙ୍କ ମୃତ୍ୟୁ ହେଲେ ଚାଷୀ କିଭଳି ବଞ୍ଚିବ ବୋଲି ପ୍ରଶ୍ନ ଉଠିଛି । ସେପଟେ ଗୋପ ବ୍ଲକ୍ ଭେଟେନାରି ଅଫିସର କହିଛନ୍ତି ବନ୍ୟା ଅଞ୍ଚଳରେ ଗୋରୁଗାଈଙ୍କ ଚିକିତ୍ସା ପାଇଁ ୪ଟି ଟିମ ଗଠନ ହୋଇଛି ।

ରୋଗାଗ୍ରସ୍ତ ପଶୁଙ୍କ ଚିକିତ୍ସା ସହ ବିଭିନ୍ନ ରୋଗ ପାଇଁ ଟୀକାକରଣ କରାଯାଉଛି । ଗୋଚାଷୀଙ୍କୁ ଗୋରୁଗାଈଙ୍କ କିଭଳି ଯତ୍ନ ନେବେ ସଚେତନ କରାଯାଉଛି । ଦୂଷିତ ଜଳ ପିଇବାକୁ ନ ଦେବା ପାଇଁ କୁହାଯାଇଛି । ଦୂଷିତ ଜଳ ଯୋଗୁଁ ଗୋରୁଗାଈଙ୍କ ପେଟ ରୋଗ ସମସ୍ୟା, ଝାଡ଼ା, କାଶ ହୋଇଥାଏ । ତାହା ଦେଖାଗଲେ ତୁରନ୍ତ ଯୋଗାଯୋଗ କରିବାକୁ କୁହାଯାଇଛି । ଏନେଇ ଏକ କଣ୍ଟ୍ରୋଲ ରୁମ କରାଯାଇ ଅଭିଯୋଗ ଗ୍ରହଣ କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।

ଗୋ ଖାଦ୍ୟ, ସବୁଜ ଘାସ ମଧ୍ୟ ବିଭାଗ ପକ୍ଷରୁ ଗୋଚାଷୀଙ୍କୁ ପ୍ରଦାନ କରାଯାଉଛି । ତେବେ ଅନେକ ଅଞ୍ଚଳରେ ଡଙ୍ଗା ନ ଥିବାବେଳେ ମାନବ ସମ୍ବଳ ଅଭାବ ଯୋଗୁଁ ସବୁ ଗାଁକୁ ଯିବାରେ ପଶୁ ଚିକିତ୍ସକ ଟିମ୍ ଅସୁବିଧା ସାମ୍ନା କରୁଛନ୍ତି । ତେବେ ସରକାର ଓ ସ୍ଥାନୀୟ ପ୍ରଶାସନ ଗୋରୁ ଗାଈଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details