ଓଡିଶା

odisha

ETV Bharat / city

Cyclone Jawad Update: 6 ଘଣ୍ଟାରେ ଛୁଇଁବ ପୁରୀ ଉପକୂଳ - ବାତ୍ୟା ଜୱାଦ ଅପଡେଟ

ପୁରୀ ନିକଟବର୍ତ୍ତୀ ହେଉଛି ବାତ୍ୟା ଜୱାଦ । ଆସନ୍ତା ୬ ଘଣ୍ଟାରେ ଏହା ଉପକୂଳ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

CYCLONE JAWAD: 6 ଘଣ୍ଟାରେ ଛୁଇଁବ ପୁରୀ ଉପକୂଳ
CYCLONE JAWAD: 6 ଘଣ୍ଟାରେ ଛୁଇଁବ ପୁରୀ ଉପକୂଳ

By

Published : Dec 5, 2021, 2:49 PM IST

Updated : Dec 5, 2021, 3:28 PM IST

ଭୁବନେଶ୍ବର: ପୁରୀ ଉପକୂଳ ନିକଟବର୍ତ୍ତୀ ହେଉଛି ବାତ୍ୟା ଜୱାଦ(Cyclone Jawad) । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ପୁରୀ ଉପକୂଳ ନିକଟରେ ପହଞ୍ଚିବ। ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ଦେଇ ଅତିକ୍ରମ କରିବ । ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡି଼ଶା ଉପକୂଳ ଦେଇ ଯିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ ସୂଚନା ଦେଇଛନ୍ତି ।

Cyclone Jawad Update: 6 ଘଣ୍ଟାରେ ଛୁଇଁବ ପୁରୀ ଉପକୂଳ

୬ଘଣ୍ଟାରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବା ପରେ ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ଦେଇ ଅତିକ୍ରମ କରିବ । ଉତ୍ତର- ଉତ୍ତରପୂର୍ବ ଦିଗରେ ଓଡିଶା ଉପକୂଳ ଦେଇ ଯିବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ଆଡକୁ ଜୱାଦ ପଳାଇବ । ବର୍ତ୍ତମାନ ପୁରୀଠାରୁ ୧୨୦ କିମି ଦୂରରେ ରହିଛି । ଘଣ୍ଟାପ୍ରତି ୨୦ କିମି ବେଗରେ ଜୱାଦ ଅଗ୍ରସର ହେଉଛି ।

ସେପଟେ ପାରାଦ୍ବୀପରେ ସର୍ବାଧିକ ୬୩ ମିମି ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ଗଭୀର ଅବପାତ ରହିଛି, ଦୁର୍ବଳ ହୋଇ ଅବପାତ ହେବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 5, 2021, 3:28 PM IST

ABOUT THE AUTHOR

...view details