ପୁରୀ: 'ଫନି'କୁ ପୁରିଛି 3 ମାସ । ହେଲେ ସୁଧୁରି ପାରିନି ସ୍ଥିତି । ଏ ଦୃଶ୍ୟ ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର । ମୁଖ୍ୟ ଗେଟ ଭାଙ୍ଗିରୁଜି ପଡିଛି । କ୍ଲାସରୁମ , ଏନସିସି ରୁମ, ଷ୍ଟୋର ରୁମ ଓ କମ୍ପୁଟର ଲ୍ୟାବ ସବୁ ଧ୍ବସ୍ତ ବିଧ୍ବସ୍ତ । ଶୌଚାଳୟ ସ୍ଥିତି ଆହୁରି ସଙ୍ଗୀନ । ପାନୀୟ ଜଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ । ବତ୍ୟାକୁ ଏତେଦିନ ହୋଇଯାଇଥିଲେ ବି କିଛି ମରାମତି ହୋଇନି । ଫଳରେ ନାହିଁନଥିବା ଅସୁବିଧା ଭଗୁଛନ୍ତି ଛାତ୍ରୀ ।
ଖାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କାହିଁକି, ବହୁ ବିଦ୍ୟାଳୟର ସମାନ ସ୍ଥିତି । ଭଙ୍ଗାରୁଜା ଘରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ । 3ମାସ ପରେ ବି ମରାମତି ହୋଇନି । ବାତ୍ୟା ଫନିରେ ଜିଲ୍ଲାର 58 ଟି ସରକାରୀ, 170 ଟି ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏଯାଏଁ 58ଟି ସ୍କୁଲର ଛାତ୍ରଛାତ୍ରୀ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳ ଏବଂ ଅନ୍ୟ ସ୍କୁଲରେ ପଢୁଛନ୍ତି ।