ଓଡିଶା

odisha

ETV Bharat / city

ବାହୁଡାରେ ସାମିଲ ହେଲେ ସିଆରପିଏଫ ଡିଜି, ବ୍ୟବସ୍ଥାକୁ କଲେ ପ୍ରଶଂସା

ବାହୁଡା ଯାତ୍ରାରେ ସାମିଲ ହୋଇଛନ୍ତି ସିଆରପିଏଫ ଡିଜି ରାଜୀବ ରାୟ ଭଟନାଗର । ସୁରକ୍ଷା ବ୍ୟବସ୍ଥା ତଦାରକ କରିବା ସହ ପୋଲିସ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାକୁ ସେ ପ୍ରଶଂସା କରିଛନ୍ତି ।

By

Published : Jul 12, 2019, 4:19 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପୁରୀ: ବାହୁଡା ଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜନ୍ମବେଦୀରୁ ରତ୍ନବେଦୀକୁ ଭାଇଭଉଣୀକୁ ସାଙ୍ଗରେ ଫେରୁଛନ୍ତି କାଳିଆ ସାଆନ୍ତ । ପ୍ରବଳ ଜନ ସମୁଦ୍ରରେ ଲୋକାରଣ୍ୟ ହୋଇଉଠିଛି ପୁରୀ ବଡଦାଣ୍ଡ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଓଡିଶା ପୋଲିସ, ସିଆରପିଏଫ ଯବାନ ଏକାଠୀ ହୋଇ ଏସବୁ ତଦାରକ କରୁଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ସାମିଲ ହୋଇଛନ୍ତି ସିଆରପିଏଫ ଡିଜି ରାଜୀବ ରାୟ ଭଟନାଗର । ଓଡିଶା ପୋଲିସ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାକୁ ସେ ପ୍ରଶଂସା କରିଛନ୍ତି । ସମସ୍ତେ ଏକତ୍ରିତ ହୋଇ କାମ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ସୁରକ୍ଷା ବ୍ୟବସ୍ଥା ପାଇଁ ଯାହା ଯାହା ବ୍ୟବସ୍ଥା ଆବଶ୍ୟକତା ରହିଛି ତାହା ପୂରଣ କରାଯିବ ବୋଲି କହିଛନ୍ତି ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details