ଓଡିଶା

odisha

ETV Bharat / city

କୋଭିଡ କଟକଣା ପାଇଁ ଫିକା ପଡିଲା ଦୋଳ ମେଳଣ ଯାତ୍ରା - dola melana festival

ବିନା ଭକ୍ତରେ ଏବଂ ନିରାଡ଼ମ୍ୱର ଭାବରେ ପୁରୀ ସଦର ବୀର ହରେକୃଷ୍ଣପୁରର ପ୍ରସିଦ୍ଧଦୋଳ ମେଳଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ପାଇଁ ସୀମିତ ସଂଖ୍ୟକ ବ୍ୟକ୍ତିଙ୍କୁନେଇ ଦୋଳ ମେଳଣ ଯାତ୍ରା ଓ ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଅଧିକ ପଢନ୍ତୁ...

କୋଭିଡ କଟକଣା ପାଇଁ ଫିକା ପଡିଲା ଦୋଳ ମେଳଣ ଯାତ୍ରା
କୋଭିଡ କଟକଣା ପାଇଁ ଫିକା ପଡିଲା ଦୋଳ ମେଳଣ ଯାତ୍ରା

By

Published : Apr 9, 2021, 8:01 AM IST

ପୁରୀ: ଶହ ଶହ ବର୍ଷର ପରମ୍ପରା ଦୋଳ ମେଳଣ ଯାତ୍ରା କୋଭିଡ଼ ମହାମାରୀ ଯୋଗୁ ଫିକାପଡ଼ିଯାଇଛି । ବିନା ଭକ୍ତରେ ଏବଂ ନିରାଡ଼ମ୍ୱର ଭାବରେ ପୁରୀ ସଦର ବୀର ହରେକୃଷ୍ଣପୁରର ପ୍ରସିଦ୍ଧଦୋଳ ମେଳଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

କୋଭିଡ଼ କଟକଣା ପାଇଁ ସୀମିତ ସଂଖ୍ୟକ ବ୍ୟକ୍ତିଙ୍କୁନେଇ ଦୋଳ ମେଳଣ ଯାତ୍ରା ଓ ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଆଖପାଖଅଞ୍ଚଳର ୧୮ ଟି ଗ୍ରାମର ଦୋଳବିମାନ ଏହି ମେଳଣ ଯାତ୍ରାରେ ସାମିଲ ହୋଇଥାନ୍ତି । ତେବେ ଏବର୍ଷ କୋଭିଡ଼ ଯୋଗୁଁ ଦୋକାନ ବଜାର, ମୀନା ବଜାର ଆଦି ବନ୍ଦ ରହିଛି।

ପ୍ରତିବର୍ଷ ଏହି ମେଳଣ ଯାତ୍ରାବେଶ୍ ଜାକଜକମରେ ପାଳନ କରାଯାଉଥିବା ବେଳେ ଦେଶ ବିଦେଶରେ ଥିବା ସ୍ଥାନୀୟ ଲୋକମାନେଯାତ୍ରା ଦେଖିବା ପାଇଁ ଆସିଥାନ୍ତି। କିନ୍ତୁ କରୋନାର ଦ୍ୱିତୀୟ ଲହର ଏହି ମେଳଣ ଯାତ୍ରାକୁ ଫିକା ପକେଇ ଦେଇଛି।

ତେବେ ଚଳିତବର୍ଷ ବୀର ହରେକୃଷ୍ଣପୁରର ଦୋଳଯାତ୍ରାରେ ଏକ ଅଲୌକିକ ଘଟଣା ନେଇ ଚର୍ଚ୍ଚା ଲାଗି ରହିଛି। ଗ୍ରାମରେ ଥିବା ଲୋକନାଥ ମହାଦେବଙ୍କ ମନ୍ଦିରର ଦଧିନଉତି ଉପରେ ଏକ ବିରାଟବାନା କେଉଁ ଅଜଣା ସ୍ଥାନରୁ ଉଡ଼ି ଆସି ପଡ଼ିବା ସମସ୍ତଙ୍କୁ ଚକିତ କରିଛି।

ପ୍ରଭୁ ଲୋକନାଥଙ୍କର ଏହାଚମତ୍କାର ବୋଲି ମନ୍ଦିର ପୂଜକ ମତ ଦେଇଛନ୍ତି। ତେବେ ଏହି ବାନାର ଦର୍ଶନ ନିମନ୍ତେ ମନ୍ଦିରରେ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ସ୍ଥାନୀୟ ଆ‌ଖପାଖ ଆଞ୍ଚଳରେ ସେଭଳି କୌଣସି ବଡ଼ ମନ୍ଦିର ନଥିବା ବେଳେ ଏହି ୫ ଫୁଟ ଲମ୍ୱର ବାନା ଶ୍ରୀମନ୍ଦିରରୁ ଉଡ଼ି ଆସି ଏହି ମନ୍ଦିର ଦଧିନଉତିରେ ଲାଗିଥିବା ଚର୍ଚ୍ଚା ହେଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details