ଓଡିଶା

odisha

ETV Bharat / city

କୋରୋନା ପ୍ରଭାବ, ବେଉସା ହରାଇ ଚିନ୍ତାରେ ଗଣେଶ ମୂର୍ତ୍ତି କାରିଗର

କୋରୋନା ଆତଙ୍କରେ ସାରା ବିଶ୍ବ ଆତଙ୍କିତ ଥିବାବେଳେ ଚଳିତ ବର୍ଷ କୋରୋନା କଟକଣା କାରଣରୁ ଫିକା ପଡିଛି ବ୍ରହ୍ମଗିରିର ଗଣେଷ ପୂଜା । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ, ବେଉସା ହରାଇ ଚିନ୍ତାରେ ଗଣେଶ ମୂର୍ତ୍ତି କାରିଗର
କୋରୋନା ପ୍ରଭାବ, ବେଉସା ହରାଇ ଚିନ୍ତାରେ ଗଣେଶ ମୂର୍ତ୍ତି କାରିଗର

By

Published : Aug 20, 2020, 6:02 PM IST

ବ୍ରହ୍ମଗିରି: କୋରୋନା ଆତଙ୍କରେ ଥରହର ସାରା ବିଶ୍ବ । ଆଉ ଏହି ମହାମାରୀର ପ୍ରକୋପରୁ ବାଦ ପଡିନି ଓଡିଶା । ଚଳିତ ବର୍ଷ କୋରୋନା କଟକଣା କାରଣରୁ ଫିକା ପଡିଛି ସମସ୍ତ ପୂଜା ପର୍ବାଣୀ । ଆଉ ଏବେ ଏଥିରେ ସାମିଲ ହୋଇଯାଇଛି ବିଘ୍ନରାଜଙ୍କ ପୂଜା ।

କୋରୋନା ପ୍ରଭାବ, ବେଉସା ହରାଇ ଚିନ୍ତାରେ ଗଣେଶ ମୂର୍ତ୍ତି କାରିଗର

ଚଳିତ ବର୍ଷ ବ୍ରହ୍ମଗିରିରେ ଧୂମଧାମରେ ଗଣେଶ ପୂଜା ପାଳନ ନେଇ ଯୋଜନା ହୋଇଥିଲା । ହେଲେ କୋରୋନା ଯୋଗୁଁ ଏସବୁ ଯୋଜନା ପାଣିରେ ମିଶିଯାଇଛି । ଗାଁ ଗହଳି ଠାରୁ ଆରମ୍ଭ କରି ବ୍ୟବସାୟ ଅନୁଷ୍ଠାନ ଗଜାନନକୁ ପୂଜା କରିବେ ସତ କିନ୍ତୁ ସେମାନଙ୍କ ମନରେ ଆଗ ଭଳି ଆଗ୍ରହ କି ଉତ୍ସାହ ଦେଖିବାକୁ ମିଳୁନାହିଁ । କେବଳ ବିଧି ଅନୁଯାୟୀ ଅନୁଷ୍ଠାନ ଗୁଡିକ ପୂଜା କରିବେ ।

କୋରୋନା ପ୍ରଭାବ, ବେଉସା ହରାଇ ଚିନ୍ତାରେ ଗଣେଶ ମୂର୍ତ୍ତି କାରିଗର

ସେହିପରି ଗଣେଶ ମୂର୍ତ୍ତି ତିଆରି କରି ବର୍ଷ ସାରା ନିଜର ଗୁରୁରାଣ ମେଣ୍ଟାଇ ଥିବା ମୂର୍ତ୍ତି କାରିଗର କୋରୋନା କଟକଣାକୁ ନେଇ ଚିନ୍ତା । ଯେଉଁଠି 100ରୁ ଊର୍ଦ୍ଧ ବଡ ମୂର୍ତ୍ତିର ବରାଦ ଆସିଥାଏ, ଚଳିତବର୍ଷ ମାତ୍ର 3 କିମ୍ବା 4ଟି ବଡ ମୂର୍ତ୍ତିର ବରାଦ ଆସିଛି । ଆଉ ଯେଉଁଥିପାଇଁ ମୂର୍ତ୍ତି କାରିଗରଙ୍କ ବ୍ୟବସାୟ ମାନ୍ଦା ପଡିଛି । ଆଉ ଏଭଳି ସ୍ଥିତିରେ ବର୍ଷ ତମାମ ସେମାନେ ନିଜର ଓ ନିଜ ପରିବାରର ଗୁଜୁରାଣ କିପରି ମେଣ୍ଟାଇବେ ସେ ନେଇ ଚିନ୍ତାରେ ଥିବା କୁହନ୍ତି ଗଣେଶ ମୂର୍ତ୍ତି କାରିଗର ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details