ଓଡିଶା

odisha

ETV Bharat / city

କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା - chandan yatra

କୋଭିଡ କଟକଣାରେ ହେବ ଚନ୍ଦନ ଯାତ୍ରା । ଆସନ୍ତା 11 ତାରିଖରେ ହେବ ଚୁଡାନ୍ତ ନିଷ୍ପତ୍ତି । ଅଧିକ ପଢନ୍ତୁ...

chandan yatra will held in covid guideline
କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

By

Published : May 8, 2021, 1:54 PM IST

ପୁରୀ: ଚଳିତ ବର୍ଷ ଲକ ଡାଉନ ସମୟରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ରଥ ନିର୍ମାଣ ଅନୁକୂଳ ନୀତି ପଡୁଛି । ଏଣୁ ଏହାକୁ କିଭଳି କୋଭିଡ କଟକଣା ଭିତରେ ଅୟୋଜନ କରିହେବ । ଏନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେବାୟତ ଓ ପୁରୀ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ତେବେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଏଥର ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କୁ ନେଇ ହେବ ।

କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ସେହିପରି ରଥ ଖଳାରେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଅନୁକୂଳ ସୀମିତ ସେବାୟତଙ୍କୁ ନେଇ ହେବ। ଚନ୍ଦନ ଯାତ୍ରା ଓ ରଥ ନିର୍ମାଣରେ ସମ୍ପୃକ୍ତ ସେବକଙ୍କ କୋଭିଡ ଟେଷ୍ଟ ସହ ଟୀକାକରଣ ହେବ। ପୂର୍ବବର୍ଷ ଭଳି ସେବାୟତ ମାନେ ସଙ୍ଗରୋଧରେ ରହିବେ । ତେବେ ଏହି ନିଷ୍ପତ୍ତି ଉପରେ ଚୂଡାନ୍ତ ମୋହର ଆସନ୍ତା 11 ତାରିଖରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ହେବ । ଗତବର୍ଷ ଲକ ଡାଉନ କଟକଣା ଯୋଗୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତି ଓ ରଥ ନିର୍ମାଣ ଅନୁକୁଳ ଶ୍ରୀମନ୍ଦିର ଭିତରେ ହୋଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details