ଓଡିଶା

odisha

ETV Bharat / city

ବ୍ୟଞ୍ଜନ ଦ୍ଵାଦଶୀ; କୃଷ୍ଣରାଧାଙ୍କୁ ଲାଗି ହେଲା 675 ପ୍ରକାର ବ୍ୟଞ୍ଜନ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୌର ବିହାର ମାତା ମଠରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ 675 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ଅଧିକ ଖବର ପଢନ୍ତୁ...

By

Published : Dec 9, 2019, 7:11 PM IST

byanjan dwadasi
ସୁଧାର ଗୃହରୁ ଅନ୍ତେବାସୀଙ୍କୁ ଫେରାର କରିଥିବା ଦୁଇ ଅଭିଯୁକ୍ତ ଗିରଫ

ପୁରୀ: ଆଜି ହେଉଛି ବ୍ୟଞ୍ଜନ ଦ୍ବାଦଶୀ । ମାର୍ଗଶୀର ମାସ ଶୁକ୍କପକ୍ଷ ଦ୍ବାଦଶୀ ତିଥିରେ ଏହାକୁ ପାଳନ କରାଯାଏ । ଏହି ଅବସରରେ ପୁରୀ ଗୌଡିୟ ବୈଷ୍ଣବ ମାନେ ନାନାପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଉକ୍ତ ବ୍ୟଞ୍ଜନ ପ୍ରଭୁ କୃଷ୍ଣଙ୍କୁ ଅର୍ପଣ କରିବା ପରେ ଭକ୍ତଙ୍କୁ ପ୍ରସାଦ ସେବନ ପାଇଁ ଦିଆଯିବାର ବିଧି ରହିଛି ।

ବ୍ୟଞ୍ଜନ ଦ୍ଵାଦଶୀ;ଗୌର ବିହାର ମାତା ମଠରେ 675 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗୌର ବିହାର ମାତା ମଠରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ 675 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ତେବେ 675 ପ୍ରକାର ବ୍ୟଞ୍ଜନ ମଧ୍ୟରେ ମିଠା, କାନିକା, ଖେଚୁଡ଼ି, ଘିଅଅନ୍ନ ଭଳି 17 ପ୍ରକାର ଅନ୍ନ ,18 ପ୍ରକାର ରସା, 15 ପ୍ରକାର ଚଟଣି , 80 ପ୍ରକାର ତରକାରୀ, 30 ପ୍ରକାର ଶାଗ ଭଳି ବ୍ୟଞ୍ଜନ ସହିତ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । 50ରୁ ଉର୍ଦ୍ଧ୍ବ ଭକ୍ତ ରବିବାର ସକାଳ 6 ଟାରୁ ପ୍ରସାଦ ପ୍ରସ୍ତୁତିରେ ଲାଗିଥିଲେ । ଏଥି ସହିତ ଓଡିଶା ,ବଙ୍ଗାଳୀ ସମେତ ବିଭିନ୍ନ ରାଜ୍ୟର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା ।

ଆଜି ଅପରାହ୍ନରେ ପ୍ରଭୁ କୃଷ୍ଣ ଓ ରାଧାଙ୍କୁ ଭୋଗ ଲାଗି ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ପ୍ରସାଦ ସେବନ କରିଥିଲେ । ଗତବର୍ଷ 651 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ବେଳେ ଚଳିତ ବର୍ଷ 675 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details