ପୁରୀ: ରାଜ୍ୟରେ ସାମୁଦ୍ରିକ ଝଡ଼ ‘ବୁଲବୁଲ’ ମାଡ ହେବାର ସମ୍ଭାବନା ନାହିଁ । ତଥାପି ଏହାର ପ୍ରଭାବ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପଡିପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ପୁରୀ, ଗଞ୍ଜାମ, ଯାଜପୁର, ଜଗତସିଂହପୁରରେ ଏହାର ପ୍ରଭାବ ପଡିବା ନେଇ ଅନୁମାନ କରାଯାଉଛି । ସେପଟେ ଏହି ସାମୁଦ୍ରିକ ବାତ୍ୟାକୁ ନଜରରେ ରଖି, ଏହାର ମୁକାବିଲା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ବାତ୍ୟା ଆଶ୍ରୟ ସ୍ଥଳୀ ସମେତ ବିଭିନ୍ନ କମ୍ୟୁନିଟ ହଲକୁ ଏଥିପାଇଁ ପ୍ରସ୍ତୁତ କରାଯାଇଛି । ବର୍ଷା ଯୋଗୁଁ ପରିସ୍ଥିତି ବିଗିଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ ରଖାଯାଇଛି । ଏ ବାତ୍ୟାକୁ ଦୃଷ୍ଟିରେ ରଖି ଶୁକ୍ରବାର ଓ ଶନିବାର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ସରକାର । ଏହା ସହିତ ସମୁଦ୍ରକୂଳରେ 80ଟି ଲାଇଫ ଗାର୍ଡକୁ ନିୟୋଜିତ କରାଯିବ ସହ ସମୁଦ୍ର ଭିତରକୁ ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି ।