ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, 190 କୋଟି ଟଙ୍କାର ବଜେଟ ହେଲା ଗୃହୀତ - shree jagannath temple administration

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୃହୀତ ହେଲା 190 କୋଟି ଟଙ୍କା ବଜେଟ । ବୈଠକରେ ଅଧ୍ୟକ୍ଷତା କଲେ ଗଜପତି ମହାରାଜ । ସେବାୟତଙ୍କ ସହ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମଧ୍ୟ ଥିଲେ ଉପସ୍ଥିତ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, 190 କୋଟି ଟଙ୍କା ବଜେଟ ହେଲା ଗୃହୀତ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, 190 କୋଟି ଟଙ୍କା ବଜେଟ ହେଲା ଗୃହୀତ

By

Published : Nov 2, 2021, 10:14 PM IST

Updated : Nov 2, 2021, 10:49 PM IST

ପୁରୀ:ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଜି ଗୃହୀତ ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ । କୋଭିଡ କଟକଣା ଯୋଗୁଁ ପୂର୍ବରୁ ବିଳମ୍ବିତ ହୋଇଥିବା ବଜେଟ ଆଜି ୧୯୦.୨୬ କୋଟିର ବଳକା ବଜେଟ ଭାବେ ଗୃହୀତ ହୋଇଥିଲା । ଖଣିରୁ ୧୫ କୋଟି, ଜମା ସୁଧରୁ ୩୭କୋଟି, ହୁଣ୍ଡିରୁ ୬କୋଟି ଟଙ୍କା ଓ ରାଜ୍ୟ ସରକାର ୪୨ କୋଟି ଟଙ୍କାର ସହାୟତା ଦେଇଥିବା ବଜେଟରେ ଉଲ୍ଲେଖ କରାଯାଇଛି ।

ସେହିପରି ରଥଯାତ୍ରାରେ ୧୨କୋଟି ୭୨ଲକ୍ଷ ଟଙ୍କା, ପାଳିଆ ପୁରସ୍କାରରେ ୧୫କୋଟି, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୨୧କୋଟି ଟଙ୍କା ବିନିଯୋଗ କରାଯାଇଛି । ଆସନ୍ତାବର୍ଷ ଖଣିରୁ ପ୍ରାୟ ୭୦କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇ ଥିବାବେଳେ ଶ୍ରୀମନ୍ଦିରରେ ଲାଗିଥିବା ଖଣ୍ତାଲାଇଟ ପଥର ଆମଦାନୀ ପାଇଁ OMC ସହିତ ବୁଝାମଣା କରାଯିବ ବୋଲି ସୂଚନା ମିଳିଛି ।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, 190 କୋଟି ଟଙ୍କାର ବଜେଟ ହେଲା ଗୃହୀତ


ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ପୁରୀ ସହରରେ ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ କରାଯାଇଛି। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଜଣେ ଦାତାଙ୍କ ଦ୍ବାରା ସୂର୍ଯ୍ୟ ମନ୍ଦିର ଦ୍ବାରର ରୂପା ଛାଉଣୀ କରଯିବା ନେଇ ମଧ୍ୟ ସୂଚନା ମିଳିଛି । ।

ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନଙ୍କ ପାଇଁ ଭିନ୍ନଭିନ୍ନ ଡ୍ରେସ କୋଡ କରିବାକୁ ନିଷ୍ପତ୍ତି ହୋଇଛି। କେଉଁ ଭଳି ଡ୍ରେସ କୋଡ ଲାଗୁ ହେବ ସେ ନେଇ ବିଚାରବିମର୍ଶ କରାଯାଉଛି । ସେବାୟତଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଏକ ଘରୋଇ ହସ୍ପିଟାଲ ସହିତ ବୁଝାମଣା କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂଙ୍କ ସହ ପରିଚାଳନା କମିଟିର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 2, 2021, 10:49 PM IST

ABOUT THE AUTHOR

...view details