ଓଡିଶା

odisha

ETV Bharat / city

3 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ପୁରୀର ବିନାୟକ ବସ୍ତିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 26 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଅଧିକ ଖବର ପଢନ୍ତୁ...

By

Published : Nov 16, 2019, 5:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଜିଲ୍ଲା ଅବକାରୀ ବିଭାଗ ବିନାୟକ ବସ୍ତିରେ ଚଢ଼ାଉ କରି 26 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ 3 ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ମହିଳାଙ୍କ ନାମ ଖୁକୁ ମଣ୍ଡଳ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଖୁକୁ ମଣ୍ଡଳ ଦୀର୍ଘଦିନ ଧରି ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଆଣି ପୁରୀରେ ବେପାର କରୁଥିଲେ ବୋଲି ଅବକାରୀ ବିଭାଗ ଇନ୍ସପେକ୍ଟର ବିକାଶ ଦାସ କହିଛନ୍ତି । ଏହି ଖବର ମିଳିବା ପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ କହିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details