ଓଡିଶା

odisha

ETV Bharat / city

ପୁରୀ ବାସେଳି ସାହିରେ ଫୁଟିଲା ବୋମା, ଜଣେ ଆହତ

ପୁରୀରେ ବୋମା ମାଡ । ଏଥିରେ ଜଣେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ ଶିବରାମ ପାତ୍ର। ତେବେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏହି ବୋମା ମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି ।

By

Published : Jun 15, 2019, 2:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ

ପୁରୀ: ସହରର ବାସେଲି ସାହିରେ ବୋମା ମାଡ଼ । ଏଥିରେ ଶିବ ରାମ ପାତ୍ର ଆହତ ହୋଇଛିନ୍ତି । ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ସୂଚନା ଅନୁସାରେ ଆହତ ଶିବରାମ ବସେଲି ସାହି ରାସ୍ତାରେ ଯାଉଥିବା ବେଳେ ତିନି ଜଣ ଯୁବକ ବାଇକରେ ଆସି ବୋମା ମାଡ଼ କରିଥିଲେ । ଏଥିରେ ଶିବରାମ ପାତ୍ର ଆହତ ହୋଇଛନ୍ତି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଏହି ଘଟଣାକୁ ନେଇ ପୁରୀ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଦିନକୁ ଦିନ ପୁରୀ ସହରରେ ଅପରାଧୀଙ୍କ କାର୍ଯ୍ୟକଳାପ ବଢୁଥିବା ବେଳେ ପୋଲିସ କୌଣସି ଆଖି ଦୃଶିଆ ପଦକ୍ଷେପ ନନେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details