ଓଡିଶା

odisha

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନାକରି ଶ୍ରୀମନ୍ଦିରରେ ଦୀପ ଦାନ

By

Published : Oct 16, 2022, 8:22 PM IST

୭୭ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ପୁରୀ ଜଗନ୍ନାଥ ମନ୍ଦିରରେ ଦୀପ ଦାନ କଲେ ପୁରୀ ବିଜୁ ଯୁବ ଜନତା ଦଳର କର୍ମୀ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସରଳ ଜୀବନ ଓ ସ୍ବଚ୍ଛ ଭାବମୂର୍ତ୍ତିକୁ ନେଇ ସବୁଦିନ ଚର୍ଚ୍ଚାରେ ଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରମାଗତ ୫ଥର ମୁଖ୍ୟମନ୍ତ୍ରୀ ଭାବେ ସକ୍ରିୟ ଥିବା ଏହି ନେତାଙ୍କ ନାଁରେ ଆଜି ଯାଏ କଳଙ୍କଟିଏ ଲାଗିନାହିଁ । ଦୁର୍ନୀତି ଛୁଇଁ ପାରିନଥିବା ଏହି ନେତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜି ବି ଚର୍ଚ୍ଚା କରାଯାଏ । ଓଡ଼ିଶା ରାଜନୀତିର ଲୋକପ୍ରିୟ ରାଜନେତା ନବୀନଙ୍କ ଆଜି ୭୭ତମ ଜନ୍ମଦିନ ଅବସରରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରି ପୁରୀ ଜଗନ୍ନାଥ ମନ୍ଦିରରେ ଦୀପ ଦାନ କରାଯାଛି । ପୁରୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ବିଜେଡିର ବହୁ ନେତା ଓ କର୍ମୀ ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହୋଇ ନବୀନଙ୍କ ଦୀର୍ଘାୟୁ କାମନା କରି ଦୀପ ଦାନ କରିଥିଲେ । ପରେ ୟୁଥ୍ ହଷ୍ଟେଲ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଥିଲା । ଶତାଧିକ ବିଜେଡି କର୍ମୀ, ନେତା ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ରକ୍ତ ଦାନ କରିଥିଲେ । ପରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଯାଇଥିଲା । ଲୋକଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଦଳର କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଥାନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ସମାଜର ସେବା ପାଇଁ ରକ୍ତ ଦାନ ଶିବିର ଓ ବୃକ୍ଷରୋପଣ କରାଯାଇଥିବା ବିଜୁ ଯୁବ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-First Aluminum Freight Rake of India: ଭୁବନେଶ୍ବରରେ ଶୁଭାରମ୍ଭ କଲେ ଅଶ୍ବିନୀ

ଦୀର୍ଘ ୨୨ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଲୋକଙ୍କ ପ୍ରିୟ ହୋଇପାରିଛନ୍ତି ନବୀନ ପଟ୍ଟନାୟକ । ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟବାସୀଙ୍କୁ ଅନେକ ସୁବିଧା ଯୋଗାଇଦେଇଛନ୍ତି ରାଜ୍ୟ ସରକାର, ସ୍ବଚ୍ଛପାନୀୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜନୈତିକ ଜୀବନରେ କେବେବି ପରାଜିତ ହୋଇନଥିବାବେଳେ, ନବୀନଙ୍କ ରାଜନୈତିକ ଗୋଟି ଚାଳନା ଆଗରେ ହାର ମାନନ୍ତି ବିରୋଧି । ଶନିବାର ଓଡିଶାରେ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଘୋଷଣା କରିଥିଲେ । ଏହାପରେ ଚୁକ୍ତିଭିତ୍ତିକ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଜି କେକ୍‌ କାଟି ଶୁଭକାମନା ଜଣାଇଛନ୍ତି ।

ABOUT THE AUTHOR

...view details