ଓଡିଶା

odisha

‘ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖୁ’

By

Published : Jan 22, 2020, 8:32 PM IST

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନହୁଏ ସେନେଇ 6 ଦଫା ଦାବି ରଖିଛି ବିଶ୍ବ ହିନ୍ଦୁ ପରିଷଦ। ଅଧିକ ପଢନ୍ତୁ...

‘ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅକ୍ଷୁର୍ଣ୍ଣ ରହୁ’
‘ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅକ୍ଷୁର୍ଣ୍ଣ ରହୁ’

ପୁରୀ: ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନେଇ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଏହାକୁ ବିଶ୍ବହିନ୍ଦୁ ପରିଷଦ ସ୍ବାଗତ କରିଥିଲେ ମଧ୍ୟ ବିକାଶ ନାମରେ ଯେଭଳି ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନହୁଏ ସେନେଇ 6 ଦଫା ଦାବି ରଖିଛି ବିଶ୍ବ ହିନ୍ଦୁ ପରିଷଦ।

‘ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅକ୍ଷୁର୍ଣ୍ଣ ରହୁ’

ସଙ୍ଗଠନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଛି। ମୁଖ୍ୟତଃ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ସୁରକ୍ଷା, ଶ୍ରୀମନ୍ଦିର ନୀତି କାନ୍ତି ଠିକ୍‌ରେ ପାଳନ ହେବା, ମଠ ମନ୍ଦିର ଜାଗା ଆଖଡା ପରମ୍ପରା ସମେତ ପୁରୀ ପରମ୍ପରା ଅକ୍ଷୁର୍ଣ୍ଣ ରଖିବା, ଶ୍ରୀଜୀଉଙ୍କ ଘୋଷ ଯାତ୍ରା ପରମ୍ପରା ଅନୁଯାୟୀ କରିବା ଏବଂ ଗରିବ ବର୍ଗ ଭକ୍ତ ଶ୍ରୀକ୍ଷେତ୍ରରେ ସ୍ଵଳ୍ପ ଦାମ୍‌ରେ ରହିବା ପ୍ରମୁଖ ପ୍ରମୁଖ 6 ଦଫା ଦାବି ରଖିଛି ପୁରୀର ବିଶ୍ବ ହିନ୍ଦୁ ପରିଷଦ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details