ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ବଡ଼ଚଣା ଆଇଆଇସିଙ୍କ ପ୍ରବେଶ ପ୍ରସଙ୍ଗ; ସେବାୟତଙ୍କୁ ଜେରା

ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗରେ ପୁରୀ ପୋଲିସ ତଦନ୍ତ ଚଳାଇଛି। ଏହି କ୍ରମରେ ଜଣେ ପୂଜାପଣ୍ଡା ସାମନ୍ତ ସେବକ ଶ୍ୟାମା ପୂଜାପଣ୍ଡା ସାମନ୍ତଙ୍କୁ ଆଜି ପୋଲିସ ପକ୍ଷରୁ ସିଂହଦ୍ବାର ଥାନାରେ ଜେରା କରାଯାଇଛି। ଅଧିକ ପଢନ୍ତୁ...

badachana-iic-jagannath-temple-entry
badachana-iic-jagannath-temple-entry

By

Published : Apr 21, 2020, 6:52 PM IST

ପୁରୀ:ଶ୍ରୀମନ୍ଦିରରେ କରୋନା କଟକଣାକୁ ଉଲଂଘନ କରି ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନାଙ୍କ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗରେ ପୁରୀ ପୋଲିସ ତଦନ୍ତ ଚଳାଇଛି। ଏହି କ୍ରମରେ ଜଣେ ପୂଜାପଣ୍ଡା ସାମନ୍ତ ସେବକ ଶ୍ୟାମା ପୂଜାପଣ୍ଡା ସାମନ୍ତଙ୍କୁ ଆଜି(ମଙ୍ଗଳବାର) ପୋଲିସ ପକ୍ଷରୁ ସିଂହ ଦ୍ବାର ଥାନାରେ ଜେରା କରାଯାଇଛି। କିଭଳି ଏହି ଘଟଣା ଘଟିଲା ଏବଂ ସେବକଙ୍କ ସମ୍ପୃକ୍ତି କିଭଳି ରହିଛି ସେନେଇ ସିଂହ ଦ୍ବାରଥାନା ଅଧିକାରୀ ପଚରା ଉଚରା କରିଛନ୍ତି। ତେବେ ଉକ୍ତ ସେବକଙ୍କୁ CRPCର 41 A ଧାରାରେ ନୋଟିସ ଦେଇ ଛାଡି ଦେଇଛି ପୋଲିସ।

ଶ୍ରୀମନ୍ଦିରରେ ବଡ଼ଚଣା ଆଇଆଇସିଙ୍କ ପ୍ରବେଶ ପ୍ରସଙ୍ଗ; ସେବାୟତଙ୍କୁ ଜେରା

ତେବେ ତଦନ୍ତ ଚାଲୁ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଉକ୍ତ ଜଣଙ୍କ କହିଛନ୍ତି ସେ ବଡ଼ଚଣା ଆଇଆଇସି ଦୀପକ ଜେନାଙ୍କୁ ସେ ଶ୍ରୀମନ୍ଦିରରେ ପ୍ରବେଶ କରାଇ ନଥିବା କହିଛନ୍ତି । ତାଙ୍କର ସେଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସେବାପୂଜା ଥିଲା । ସେ ଦକ୍ଷିଣ ଦ୍ବାରଦେଇ ଶ୍ରୀମନ୍ଦିର ପ୍ରବେଶ ବେଳେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଆଇଆଇସି ଦିପକ ଜେନା ତାଙ୍କୁ ପ୍ରଣାମ କରିଥିଲେ। ପରେ ସେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ତେବେ ପୋଲିସ ଅଧିକାରୀ ଦୀପକ ଜେନା ପରେ ତାଙ୍କ ପଛେ ପଛେ ଆସିଥିଲେ। ସେ ନିଜକୁ ପୋଲିସ ଅଧିକାରୀ ଭାବେ ପରିଚୟ ଦେଇ ଶ୍ରୀମନ୍ଦିରକୁ ଆସି ଥାଇ ପାରନ୍ତି ବୋଲି ଶ୍ୟାମା ପୂଜାପଣ୍ଡା ସାମନ୍ତ କହିଛନ୍ତି।

ସେ ଶ୍ରୀମନ୍ଦିରକୁ ଆଗେ ପଶିବା ପରେ ଦୀପକ ଜେନା ପ୍ରବେଶ କରିଥିଲେ। ତେବେ ସେ ଆଇଆଇସିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ଥିବା ଅଭିଯୋଗ ମିଛ ବୋଲି କହିଛନ୍ତି। ସେହିପରି ଶ୍ୟାମା ପୂଜାପଣ୍ଡା ସାମନ୍ତଙ୍କ ଓକିଲ ମଧ୍ୟ ସମାନ କଥା କହିଛନ୍ତି। ସେବା ପୂଜା ଥିବାରୁ ସେ ଦିନ ଶ୍ୟାମା ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରକୁ ଯାଉଥିଲେ। ଦକ୍ଷିଣ ଦ୍ବାରରେ ପୂର୍ବରୁ ପରିଚିତ ଆଇଆଇସିଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ସେ ଶ୍ରୀମନ୍ଦିରକୁ ପ୍ରବେଶ ଏକୁଟିଆ କରିଥିଲେ। କିନ୍ତୁ ଉକ୍ତ ପୋଲିସ ଅଧିକାରୀ ତାଙ୍କ ପଛରେ ଆସିଥିଲେ। ତେବେ ଉକ୍ତ ପୋଲିସ ଅଫିସର ତାଙ୍କର ପୋଲିସ ପରିଚୟ ଦେଇ ପ୍ରବେଶ କରିଥାଇ ପାରନ୍ତି ବୋଲି ଶ୍ୟାମାଙ୍କ ଓକିଲ କହିଛନ୍ତି। ତେବେ ଏହି ଘଟଣାରେ ଶ୍ୟାମା ପୂଜାପଣ୍ଡା ସାମନ୍ତଙ୍କ କୌଣସି ଦୋଷ ନ ଥିବା ତାଙ୍କ ଓକିଲ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details