ଓଡିଶା

odisha

ETV Bharat / city

ବଡଦାଣ୍ଡରେ ଉଚ୍ଚଶିକ୍ଷିତଙ୍କ ଭିକ୍ଷାବୃତି, ଯୋଗ୍ୟତା ଥାଇ ଧରିଛନ୍ତି ରସ ଥାଳି - begger_

ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ମାରପିଟ ଘଟଣାକୁ ନେଇ ଥାନାରେ ଏତଲା। ତା’ପରେ ଜଣାପଡ଼ିଲା ପ୍ରକୃତ ଘଟଣା। ଦୀର୍ଘ ବର୍ଷଧରି ବଡ ଦାଣ୍ଡରେ ଭିକ୍ଷା ମାଗି ଆସୁଥିବା ଜଣେ ଉଚ୍ଚଶିକ୍ଷିତ ଇଞ୍ଜିନିୟରଙ୍କ ଖବର ଏବେ ସାମ୍ନାକୁ ଆସିଛି। ଯାହା ଯେତିକି ଚର୍ଚ୍ଚା ନୁହେଁ ସେତିକି ଆଶ୍ଚର୍ଯ୍ୟ ପାଲଟିଛି।

b-tech-begger-in-puri
b-tech-begger-in-puri

By

Published : Jan 18, 2020, 7:48 PM IST

ପୁରୀ: ବଡଦାଣ୍ଡରେ ଭିକାରୀ ସାଜିଛନ୍ତି ଇଂଜିନିୟରିଂ ଡିଗ୍ରୀ ଧାରୀ ବ୍ୟକ୍ତି | ଉଚ୍ଚଶିକ୍ଷିତ ଓ ଯୋଗ୍ୟତା ଥାଇ ମଧ୍ୟ ମାନସିକ ସନ୍ତୁଳନ ଓ ପାରିପାର୍ଶ୍ବିକ ପରିସ୍ଥିତି ଯୋଗୁଁ ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି ଏହି ବ୍ୟକ୍ତି। ଜଣେ ଡିଗ୍ରୀ ଧାରୀ ଇଂଜିନିୟର ବର୍ଷ ବର୍ଷ ଧରି ବଡଦାଣ୍ଡରେ ଭିକ୍ଷାବୃତ୍ତି କରିବା ଭଳି ଖବର ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି।

ବଡ଼ଦାଣ୍ଡରେ ସମ୍ପୃକ୍ତ ଭିକାରୀ ଓ ଜଣେ ରିକ୍ସା ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିଲା। ଉଭୟେ ଏହି ଘଟଣାରେ ମଧ୍ୟ ଆହତ ହୋଇଛନ୍ତି। ଭିକାରୀ ଜଣକ ଏନେଇ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ | ଏତଲାରେ ତାଙ୍କ ଯୋଗ୍ୟତା କଥା ଉଲ୍ଲେଖ ରହିଥିବା ବେଳେ ସେ ଜଣେ ବିଟେକ ଇଂଜିନିୟର ହୋଇଥିବା ଘଟଣା ସାମ୍ନାକୁ ଆସିଛି।

ଇଂରାଜୀରେ ସେ ଯେଉଁ ଏତଲା ଲେଖିଥିଲେ ତାହା ଥିଲା ଅତ୍ୟନ୍ତ ନିର୍ଭୁଲ ଓ ଉଚ୍ଚକୋଟୀର ଥିଲା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଭିକ୍ଷୁକ ପରିଚୟ ଦେଉଥିବା ଭିକାରୀଙ୍କ ବ୍ୟକ୍ତିଗତ ଜୀବନ ଓ ଯୋଗ୍ୟତା ସମ୍ପର୍କରେ ପୋଲିସ ପାଖରେ ପ୍ରକାଶ କରିଥିଲେ। ଭିକ୍ଷା ବୃତ୍ତି କରୁଥିବା ଇଞ୍ଜିନିୟର ଭିକାରୀ ଜଣକ ଭୁବନେଶ୍ବର ଜୟଦେବ ବିହାରର ଗିରିଜା ଶଙ୍କର ମିଶ୍ର ବୋଲି କହିଥିବା ବେଳେ ତାଙ୍କ ବାପା ପ୍ରଫୁଲ୍ଲ ମିଶ୍ର ଜଣେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ। ପିତାଙ୍କ ଦେହାନ୍ତ ମଧ୍ୟ ହୋଇସାରିଛି। ଯୁକ୍ତ 3 ବିଜ୍ଞାନ ପଢିବା ପରେ ସେ 1995 ମସିହାରେ ଭୁବନେଶ୍ବରରେ ଥିବା ସିପେଟ କଲେଜରେ ପ୍ଲାଷ୍ଟିକ ଇଞ୍ଜିନିଅରିଂ କରିଥିଲେ। ଏହା ସହ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ନିଯୁକ୍ତି ମଧ୍ୟ କରିଥିଲେ ସେ।

ବଡଦାଣ୍ଡରେ ଉଚ୍ଚଶିକ୍ଷିତ ଯୁବକଙ୍କ ଭିକ୍ଷାବୃତି, ଯୋଗ୍ୟତା ଥାଇ ବି ଧରିଛନ୍ତି ରସ ଥାଳି

ବ୍ୟକ୍ତିଗତ ସମସ୍ୟା ଓ ମାନସିକ ସ୍ଥିତି ଠିକ ନ ରହିବାରୁ ଚାକିରୀ ଛାଡି ଦେଇ ଥିଲେ। ପରେ ସେ ପୁରୀ ସମେତ ଆଲ୍ଲାବାଦ, ବୈଷ୍ଣ ଦେବୀ ତଥା ବିଭିନ୍ନ ତୀର୍ଥ କ୍ଷେତ୍ରରେ ରହି ଭିକ୍ଷାବୃତ୍ତି କରିଥିବା କହିଛନ୍ତି। ତାଙ୍କ ପରିବାରର ଭାଇ ଓ ଭଉଣୀ ଓଡିଶାର ବିଭିନ୍ନ ବିଭାଗରେ ଉଚ୍ଚ ବେତନ ଭୋଗୀ କର୍ମଚାରୀ ହୋଇଥିଲେ ମଧ୍ୟ ଗିରିଜା କେବେ ବି ତାଙ୍କ ଭାଇଭଉଣୀଙ୍କ ପାଖକୁ ଯାଆନ୍ତି ନାହିଁ। ଭିକ୍ଷାବୃତ୍ତିରୁ ଯାହା ମିଳେ ତାକୁ ନେଇ ଚଳୁଥିବା ବେଳେ, ତାଙ୍କର ବୃତ୍ତିକୁ ନେଇ ଅବଶୋଷ ନାହିଁ ବୋଲି ସେ କହିଛନ୍ତି।

ହେଲେ ଜଣେ ଉଚ୍ଚ ଶିକ୍ଷିତ ଇଞ୍ଜିନିୟର ନିଯୁକ୍ତି ବଦଳରେ ଭିକ୍ଷାବୃତି କରିବା ଅନେକ ପ୍ରଶ୍ନବାଚୀ ହୋଇ ଉଭା ହୋଇଛି। ଏହା ସହ ଏକପ୍ରକାର ନକରାତ୍ମକ ବାର୍ତ୍ତା ଦେଉଥିବା କହିଛନ୍ତି ଶ୍ରୀକ୍ଷେତ୍ରକୁ ଆସିଥିବା ଶ୍ରଦ୍ଧାଳୁ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details