ଓଡିଶା

odisha

ETV Bharat / city

ଘର ବାହୁଡିଲେ ଆଣ୍ଡାମାନ ନାବିକ ଅମିତ - amit kujur went to andaman

ଘର ବାହୁଡିଲେ ଆଣ୍ଡାମାନ ନାବିକ ଅମିତ କୁଜୁର । ନିଜ ଜନ୍ମାମାଟିକୁ ଫେରିଲେ ଅମିତ । ସେ ଭୁବନେଶ୍ବରରୁ କୋଲକାତା ଓ କୋଲକାତାରୁ ଆଣ୍ଡାମାନ ରାଜଧାନୀ ପୋର୍ଟବ୍ଲେୟାର ବିମାନ ଯୋଗେ ଯିବେ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Oct 30, 2019, 5:31 PM IST

ପୁରୀ: ଘର ବାହୁଡିଲେ ଅମିତ କୁଜୁର । ସମୁଦ୍ରରେ ବୋଟରେ ଭାସି ଆସି ବ୍ରହ୍ମଗିରି ଖିରି ସାହି ସମୁଦ୍ର କୂଳରେ ଲାଗିଥିବା ଆଣ୍ଡାମାନ ନାବିକ ଅମିତ୍‌ଙ୍କ ଘର ପ୍ରତ୍ୟାବର୍ତ୍ତନ । ଆଜି(ବୁଧବାର) ସେ ନିଜ ଘରକୁ ଫେରିଯାଇଛନ୍ତି ।

ଘର ବାହୁଡିଲେ ଆଣ୍ଡାମାନ ନାବିକ ଅମିତ

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ଯିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଯାଇଛି । ସେ ଭୁବନେଶ୍ବରରୁ କୋଲକାତା ଓ କୋଲକାତାରୁ ଆଣ୍ଡାମାନ ରାଜଧାନୀ ପୋର୍ଟ ବ୍ଲେୟାର ବିମାନ ଯୋଗେ ଯିବେ । ଏନେଇ ଟିକେଟ ସମେତ ଆନୁଷଙ୍ଗିକ ବ୍ୟବସ୍ଥା ପୁରୀ ପୋଲିସ କରିଛି । ତେବେ ତାଙ୍କୁ କୋଲକାତା ବିମାନ ବନ୍ଦରରେ ଛାଡିବା ପାଇଁ ଜଣେ ପ୍ରଶାସନିକ ଅଧିକାରୀ ଯିବେ । ସେଠାରୁ ଆଣ୍ଡାମାନରୁ ଆସିଥିବା ଅଧିକାରୀଙ୍କ ସହିତ ସେ ବିମାନରେ ଯିବେ ବୋଲି ଜଣାପଡିଛି ।

ତେବେ ତାଙ୍କୁ ସାହାଯ୍ୟ କରିଥିବାରୁ ଅମିତ ପୁରୀବାସୀ ଓ ଜିଲ୍ଲା ପ୍ରଶାସନକୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଗତ 25 ତାରିଖରେ ଅମିତ ତାଙ୍କ ବୋଟ ସହ ଆସି ବ୍ରହ୍ମଗିରି ଖିରି ସାହି ନିକଟରେ ଲାଗିଥିଲା । ପରେ ସେଠାରେ ତାଙ୍କୁ ଲୋକେ ରହିବାକୁ ଓ ଖାଇବାକୁ ଦେଇଥିଲେ । ପରେ ତାଙ୍କୁ ପ୍ରଶାସନ ଉଦ୍ଧାର କରି ଏକ ସେଲଟର ହୋମରେ ରଖିବା ସହ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା ।

ସୂଚନା ଥାଉକି, ଅମିତ୍‌ ଆଣ୍ଡାମାନରେ ବିଭିନ୍ନ ରାସନ ସାମଗ୍ରୀ ନେଇ ବିଭିନ୍ନ ଦ୍ବୀପକୁ ବୋଟରେ ନେବା ଆଣିବା କରନ୍ତି । ତେବେ ସେ ସମୁଦ୍ରରେ ଝଡ ବାତ୍ୟାର ସମ୍ମୁଖୀନ ହେବା ସହ ଦିଶା ହୀନ ହୋଇ ସମୁଦ୍ରରେ ଭାସି ଚାଲିଥିଲେ । ଦୀର୍ଘ 28 ଦିନର ଆଖିଆଅପିଆ ପରେ ତାଙ୍କ ସହ ଥିବା ତାଙ୍କ ବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ସେ ସମୁଦ୍ରରେ ଫୋପାଡି ଦେଇଥିଲେ । ତେବେ ସେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂଆ ଜୀବନ ପାଇଥିବା କହିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details