ଓଡିଶା

odisha

By

Published : Jan 11, 2021, 6:05 PM IST

Updated : Jan 11, 2021, 6:23 PM IST

ETV Bharat / city

ରଥଯାତ୍ରା ପାଇଁ ପୁନଃ ସଜବାଜ ଶ୍ରୀମନ୍ଦିର, ରଥକାଠ ପାଇଁ ପ୍ରତିନିଧ ଦଳର ନୟାଗଡ଼ ଗସ୍ତ

ପୁଣି ବାଜିବ ଘଣ୍ଟଘଣ୍ଟାଳୀ । ଆସିବେ ମହାବାହୁ ଝୁଲିଝୁଲି । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୟାଗଡ଼ ଗସ୍ତ କଲେ ଶ୍ରୀମନ୍ଦିର ପ୍ରତିନିଧି ଦଳ। ପ୍ରତିନିଧି ଦଳ ସେଠାରେ ରଥକାଠ ପାଇଁ ଗଛ ଚିହ୍ନଟ କରିବେ। ଅଧିକ ପଢ଼ନ୍ତୁ...

a four member team of shrimandir went to nayagarh for rath yatra wood
ରଥଯାତ୍ରା ପାଇଁ ପୁନଃ ସଜବାଜ ଶ୍ରୀମନ୍ଦିର, ରଥକାଠ ପାଇଁ ପ୍ରତିନିଧ ଦଳର ନୟାଗଡ଼ ଗସ୍ତ

ପୁରୀ:ଆରମ୍ଭ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି। ରଥକାଠ ଗଛକଟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 4ଜଣିଆ ପ୍ରତିନିଧି ଦଳ ନୟାଗଡ଼ ଅଭିମୁଖେ କରିଛି ଯାତ୍ରା କରିଛନ୍ତି। ପ୍ରତିନିଧି ଦଳ ସେଠାରେ ରଥକାଠ ପାଇଁ ଗଛ ଚିହ୍ନଟ କରିବେ । ଏହାପରେ ଗଛକାଟିବା ପାଇଁ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି କରାଯିବ ।

ରଥଯାତ୍ରା ପାଇଁ ପୁନଃ ସଜବାଜ ଶ୍ରୀମନ୍ଦିର, ରଥକାଠ ପାଇଁ ପ୍ରତିନିଧ ଦଳର ନୟାଗଡ଼ ଗସ୍ତ

ରଥକାଠ ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ରଥ ତତ୍ତ୍ବାବଧାରକ, ରଥ ଅମିନ ଓ ଭୋଇ ସର୍ଦାର ପ୍ରମୁଖ ଶ୍ରୀମନ୍ଦିର ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି। ରଥକାଠ ଗଛ ଚିହ୍ନଟ ହେବା ପରେ ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ, ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ପ୍ରଭୃତି ନୀତିକାନ୍ତି ଜିନିଷ ପ୍ରତିନିଧି ଦଳ ନିଜ ସାଥିରେ ନେଇଛନ୍ତି।

ପରମ୍ପରା ଅନୁଯାୟୀ ରଥକାଠ ନିମନ୍ତେ ଗଛ କଟାଯିବା ପୂର୍ବରୁ ଗଛ ଚିହ୍ନଟ ହୋଇ ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ। ଏହାପରେ ହୋମଯଜ୍ଞ ହୋଇ ଗଛକଟା ଅନୁକୂଳ ହୋଇଥାଏ। ପରେ ଆବଶ୍ୟକୀୟ ଗଛ କଟାଯାଇ ନୟାଗଡ଼ ବନବିଭାଗ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଯିବ।

ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ 865 ଖଣ୍ଡ କାଠର ଆବଶ୍ୟକତା ରହିଥାଏ । ଗତବର୍ଷର 69ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବଳକା ରହିଛି। ଚଳିତ ବର୍ଷ ପାଇଁ ନୟାଗଡ଼ରୁ 796 ଖଣ୍ଡ କାଠ ଅଣାଯିବ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 11, 2021, 6:23 PM IST

ABOUT THE AUTHOR

...view details