ଓଡିଶା

odisha

ETV Bharat / city

ଜଗନ୍ନାଥ ବସ୍ତିରୁ ସୁନାଗହଣା ଲୁଟ ଘଟଣା; 2 ଅଭିଯୁକ୍ତ ଗିରଫ

ବାସେଳିସାହି ଥାନା ଅଞ୍ଚଳରୁ ସୁନା ଅଳଙ୍କାର ଲୁଟ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ପବିତ୍ର ମୋହନ ସେନାପତିଙ୍କ ଘରେ ପଶି ଲୁଟି ନେଇଥିଲେ ସୁନା ଗହଣା । ଅଧିକ ପଢନ୍ତୁ...

ଜଗନ୍ନାଥ ବସ୍ତିରୁ ସୁନାଗହଣା ଲୁଟ ଘଟଣା
ଜଗନ୍ନାଥ ବସ୍ତିରୁ ସୁନାଗହଣା ଲୁଟ ଘଟଣା

By

Published : Feb 20, 2021, 9:38 AM IST

ପୁରୀ: ବାସେଳିସାହି ଥାନା ଅଞ୍ଚଳରୁ ସୁନା ଅଳଙ୍କାର ଲୁଟ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଜଗନ୍ନାଥ ବସ୍ତିର ପବିତ୍ର ମୋହନ ସେନାପତିଙ୍କ ଘରେ ପଶି ଲୁଟି ନେଇଥିଲେ ସୁନା ଗହଣା । ଦୁଇ ଅଭିଯୁକ୍ତ ହେଲେ ନୋଳିଆ ସାହିର ଦୀପକ ବେହେରା ଓ ଜଗନ୍ନାଥ ବସ୍ତିର ତ୍ରିନାଥ ଦାସ ।

ଗତ 18 ତାରିଖ ଦିନ ପବିତ୍ର ମୋହନ ସେନାପତି ପରିବାର ଶୋଇଥିବା ବେଳେ ଲୁଟ ହୋଇଥିଲା । ରାତି ପ୍ରାୟ 2ଟା ସମୟରେ ଆସି ଘରୁ ସମସ୍ତ ଜିନିଷ ନେଇଯାଇଥିଲେ ଅଭିଯୁକ୍ତ । ଗିରଫ ଅଭିଯୁକ୍ତଙ୍କ ଠାରୁ ମୋବାଇଲ ଫୋନ, ଗୋଟିଏ ରୂପା ଚେନ, ଗୋଟିଏ ସୁନା ଲକେଟ,ପିତଳ ବାସନ କୁସନ ସମେତ କିଛି ଶାଢ଼ୀ ଜବତ କରିଛି ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details