ଓଡିଶା

odisha

ETV Bharat / city

୧୦ ବର୍ଷରେ ଗ୍ରୀନସିଟି ହେବ କଟକ, ଗୋଟିଏ ଗଛ ପାଇଁ ଜଣଙ୍କୁ ଦାୟିତ୍ବ

ବାତ୍ୟା ଫନିରେ ସହରରେ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ବ  ଗଛ ନଷ୍ଟ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସିଏମସି ସହରରେ ୬ ହଜାର ଗଛ ଲଗାଇବାକୁ ନିଷ୍ପତି ନେଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

By

Published : Jul 5, 2019, 9:00 PM IST

କଟକ: କଟକ ମହାନଗର ନିଗମର ଅଭିନବ ପ୍ରୟାସ । ଆଗାମୀ ୧୦ ବର୍ଷ ମଧ୍ୟରେ ସିଲଭର ସିଟି ହେବ ସବୁଜମୟ ସହର । ପ୍ୟାରେଣ୍ଟ ଏ ଟ୍ରି ମାଧ୍ୟମରେ ଏହା ସମ୍ଭବ ହେବ । ଅର୍ଥାତ୍ ସହରରେ ଏଣିକି ପ୍ରତି ଗଛ ପାଇଁ ଜଣେ ମାଲିକ ରହିବେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ସୂଚନା ଅନୁଯାୟୀ, ବାତ୍ୟା ଫନିରେ ସହରରେ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ବ ଗଛ ନଷ୍ଟ ହୋଇଥିଲା । ବିଶେଷ କରି ଯେଉଁ ଗଛ ଗୁଡିକ ଚେର ନରମ ସେସବୁ ଗଛ ବେଶୀ ନଷ୍ଟ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଚେର ଟାଣ ଅର୍ଥାତ ନିମ, କରଞ୍ଜ, ଜାମୁ,ବଉଳ,ସୁନାରୀ,ପାଟୁଳି , ଛତିଆନା ଆଦି ଗଛଗୁଡିକୁ ସହରରେ ଲଗାଯିବ ବୋଲି ଡିଏଫଓ କହିଛନ୍ତି ।

ଏଥିସହ ସିଏମସି ପ୍ରଥମେ ସହରରେ ୬ ହଜାର ଗଛ ଲଗାଇବାକୁ ନିଷ୍ପତି ନେଇଛି । ଯେଉଁ ସ୍ଥାନ ସିଏମସିର ଅଧୀନରେ ରହିଛି ,ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ସ୍ଥାନରେ ପ୍ରଥମ ବୃକ୍ଷ ରୋପଣ କରି ଅବଜରବେଶନ କରିବ ସିଏମସି ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ କମ୍ୟୁନିଟି ଓ କଲେଜ କ୍ୟାମ୍ପସକୁ ଚିହ୍ନଟ କରାଯିବ । ଏହି ପ୍ରକ୍ରିୟାରେ ସହରରେ ପ୍ରତ୍ୟେକଙ୍କୁ ଗୋଟିଏ ଗଛର ଦାୟିତ୍ବ ଦିଆଯିବ । ଏଥିଯୋଗୁଁ ଆଗାମୀ ୧୦ ବର୍ଷ ମଧ୍ୟରେ କଟକ ହେବ ସବୁଜମୟ ସହର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details