ଆନନ୍ଦପୁର: ମିଠା ଦୋକାନରୁ ଶିଶୁ ଶ୍ରମିକ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଘସିପୁରାର ବାବାଜୀ ସାହୁ ମିଠା ଦୋକାନରୁ ଏହି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଘସିପୁରା ପୋଲିସ ଚଢ଼ାଉ କରି ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଆନନ୍ଦପୁର ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି ।
ସୋମବାର ଘସିପୁରାର ଉକ୍ତ ମିଠା ଦୋକାନରେ ଶିଶୁ ଶ୍ରମିକ କାମ କରୁଥିବା ଖବରପାଇ ମିଠା ପ୍ରସ୍ତୁତି ଘରେ ପୋଲିସ ଚଢ଼ାଉ କରିଥିଲା । ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କ ବୟସ ୧୨ରୁ ୧୫ ବର୍ଷ ହେବ ବୋଲି ସୂଚନା ମିଳିଛି ।