କଟକ: ସାବଧାନ ! ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସିଧାସଳଖ ତିନି ମାସ ପାଇଁ ରଦ୍ଦ ହେବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ।
ବିଶେଷକରି ଦ୍ରୁତ ଗତିରେ ଗାଡି ଚଲାଇବା, ଗାଡିରେ ଓଭର ଲୋଡିଂ ଓ ମଦ ଓ ନିଶା ପିଇ ଗାଡି ଚଲାଇଲେ, ଏପରିକି ଗାଡି ଚଲାଇବା ବେଳେ ମୋବାଇଲ ବ୍ୟବହାର କରିବା ସମୟରେ ଧରାପଡିଲେ ରଦ୍ଦ ହେବ ଚାଳକଙ୍କ ଲାଇସେନ୍ସ । ଏନେଇ ସିଧାସଳଖ ସୂଚନା ଦେଇଛନ୍ତି ଏସଟିଏ କମିଶନର ସଞ୍ଜୀବ ପଣ୍ଡା ।