କଟକ: ଆଗାମୀ ଦିନରେ ରାଜ୍ୟ ମହିଳା ପୋଲିସ ବହନ କରିବ ଓଡ଼ିଶାର ଗୁରୁଦାୟିତ୍ବ। ଅପରାଧ ଦମନ ହେଉ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ସବୁ ଦିଗରେ ଆଗରେ ରହିବେ ମହିଳା ପୋଲିସ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଶହେରୁ ଉର୍ଦ୍ଧ୍ବ ଥାନାର ଥାନାଧିକାରୀ ଭାବରେ କାର୍ଯ୍ୟ ତୁଲାଉଛନ୍ତି ମହିଳା ଅଫିସର।
ମହିଳା ପୋଲିସଙ୍କୁ ଅଭୟ ବାଣୀ ଦେଲେ ଅଭୟ ଆଗାମୀ ଦିନରେ ରାଜ୍ୟର କୋଣ ଅନୁକୋଣରେ ମହିଳା ଅଧିକାରୀ ମାନେ ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ। ଏନେଇ ଆଜି (ଶୁକ୍ରବାର) ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀରେ ମତ ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ।
ମହିଳା ପୋଲିସ ମାନଙ୍କର ପାରିବାରିକ କ୍ଷେତ୍ରରେ ସମସ୍ୟା ହେଉ କି କର୍ମକ୍ଷେତ୍ରରେ, ନିର୍ଯ୍ୟାତନା କିମ୍ବା ଲିଙ୍ଗଗତ ସମସ୍ୟାକୁ ଗୁରୁତର ସହ ନେଇ ତାର ପ୍ରତିକାର କରାଯିବ ବୋଲି ଅଭୟ କହିଛନ୍ତି। ଅନ୍ୟପଟେ ସମ୍ମିଳନୀରେ ଯୋଗ ଦେଇଥିବା ୧୧୭ ପୋଲିସ ଅଧିକାରୀ ଓ କର୍ମଚାରୀ ନିଜର ଲକ୍ଷ ସମ୍ପାଦନ କରିବା ପାଇଁ ଶପଥ ନେଇଛନ୍ତି।
ତେବେ ଏସଏପି ଷଷ୍ଠ ବାଟାଲିଆନରେ ଅନୁଷ୍ଠିତ ହୋଇଥିବା ଏହି ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀରେ ରାଜ୍ୟ ପୋଲିସ ଡ଼ିଜିଙ୍କ ସମେତ ବହୁ ଉଚ୍ଚପଦସ୍ଥ ପୋଲିସ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ