ଓଡିଶା

odisha

ବଡ ଅଘଟଣର ମୁକାବିଲା କରିବ ଫାୟାର ଷ୍ଟ୍ରାଇକିଂ ଫୋର୍ସ

By

Published : Feb 8, 2021, 4:44 PM IST

ବଡଧରଣର ଦୁର୍ଘଟଣା ତଥା ବିପର୍ଯ୍ୟୟର ମୁକାବିଲା କରିବାକୁ ଅଗ୍ନିଶମ ବାହିନୀ ଗଠନ କରିଛି ଫାୟାର ଷ୍ଟ୍ରାଇକିଂ ଫୋର୍ସ । ଏଥିରେ ରହିଛନ୍ତି 50 ଜଣ ଯବାନ । ଯେଉଁମାନେ କି ଘଟଣାସ୍ଥଳରେ ତତକ୍ଷଣାତ ପହଞ୍ଚିବା ସହ ଏହାର ମୁକାବିଲା କରିବେ । ଅଧିକ ପଢନ୍ତୁ...

ଫାୟାର ଷ୍ଟ୍ରାଇକିଂ ଫୋର୍ସ
ଫାୟାର ଷ୍ଟ୍ରାଇକିଂ ଫୋର୍ସ

କଟକ: ଅଗ୍ନିକାଣ୍ଡରୁ ବଡ ଅଘଟଣ । ବାତ୍ୟାରୁ ବନ୍ୟା । ଦୁର୍ଘଟଣାରୁ ପ୍ରାକୃତିକ ବିପର୍ଯ୍ୟୟ । ପ୍ରତିଟି ସମୟରେ ଖୋଜା ପଡେ ଅଗ୍ନିଶମ ବାହିନୀ । ନିଜ ଜୀବନକୁ ବାଜି ଲଗାଇ ବିପର୍ଯ୍ୟୟର ଦେବଦୂତ ସାଜନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ ।

ବଡ ଅଘଟଣର ମୁକାବିଲା କରିବ ଫାୟାର ଷ୍ଟ୍ରାଇକିଂ ଫୋର୍ସ

ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସଦାସର୍ବଦା ପ୍ରସ୍ତୁତ ଥାଆନ୍ତି ଏମାନେ । ଆଉ ଏହାକୁ ଅଧିକ ଦକ୍ଷତାର ସହ କରିବା ପାଇଁ ଓଡିଶା ଅଗ୍ନିଶମ ବିଭାଗ ଷ୍ଟ୍ରାଇକିଂ ଫୋର୍ସ ଗଠନ କରିଛି । ଦେଶର ସର୍ବଶ୍ରେଷ୍ଠ ତାଲିମ କେନ୍ଦ୍ରରୁ ଏହି ସ୍ବତନ୍ତ୍ର ବାହିନୀ ପ୍ରଶିକ୍ଷଣ ନେଇ ସବୁ ବଡ ବିପଦର ସାମ୍ନା କରିବାକୁ ପ୍ରସ୍ତୁତ ରହିଛନ୍ତି । କଟକ ନରାଜ ଠାରେ ସ୍ବତନ୍ତ୍ର ବାହିନୀର ବିଭାଗ ପ୍ରତିଷ୍ଠା କରାଯାଇଛି ।

ଏହି ଷ୍ଟ୍ରାଇକିଂ ଫୋର୍ସରେ ରହିଛନ୍ତି 50 ଜଣ ଯବାନ । ଏମାନଙ୍କୁ ପଞ୍ଜାବର ଜଳନ୍ଧର ଠାରେ ଥିବା ଏନ.ଡି.ଆର.ଏଫର ତାଲିମ କେନ୍ଦ୍ର ସହ ମନାଲିର ରାଫ୍ଟି ଟ୍ରେନିଂ ସେଣ୍ଟର, ତାଲିମନାଡୁର କୋଏମ୍ବାଟୁର ଏବଂ ନାଗପୁର ଠାରେ ଥିବା ନାସନାଲ ସିଭିଲ ଡ଼ିଫେନ୍ସ କଲେଜରୁ ପ୍ରଶିକ୍ଷଣ ଦିଆଯାଇଛି ।

ବଡ ଅଘଟଣର ମୁକାବିଲା ପାଇଁ ଏମାନେ ପ୍ରସ୍ତୁତ ଥିବାବେଳେ ଏହାର ଦୁଇଟି ୟୁନିଟ ସମ୍ବଲପୁର ଓ ବ୍ରହ୍ମପୁରରେ ମୁତୟନ କରାଯିବ ବୋଲି ଜଣାପଡିଛି । ସେପଟେ ଅଗ୍ନିଶମ ବିଭାଗର ଏହି ଫୋର୍ସ ନିୟମିତ ବ୍ୟବଧାନରେ ବିଭିନ୍ନ ସ୍କୁଲ ଓ କଲେଜକୁ ଯାଇ ଛାତ୍ରଛାତ୍ରୀଙ୍କୁ ଅଗ୍ନିନିରାପତ୍ତା ପ୍ରଶିକ୍ଷଣ ଦେବେ ବୋଲି କୁହାଯାଉଛି ।

ତେବେ ଅଗ୍ନିଶମ ବିଭାଗର ଏହି ସ୍ବତନ୍ତ୍ର ଟିମ୍‌ ଗଠନ ଫଳରେ ଆଗକୁ ଅଘଟଣର ମୁକାବିଲା ସହଜ ସାଧ୍ୟ ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details