ଓଡିଶା

odisha

ETV Bharat / city

ତୁଷାରକାନ୍ତଙ୍କ ମୃତ୍ୟ, ହତ୍ୟା ନା ଆତ୍ମହତ୍ୟା ?

ତୁଷାରକାନ୍ତଙ୍କ ମୃତ୍ୟୁକୁ ନେଇ ଆସିଛି ବଡ ଖୁଲାସା । ବାନ୍ଧବୀଙ୍କ ସହ ତୁଷାରଙ୍କ whatsaap ଚାଟିଂର ସ୍କ୍ରିନସର୍ଟ ସାମ୍ନାକୁ ଆସିଛି। ଦୁଇଟି ଭିନ୍ନଭିନ୍ନ ସମୟରେ ହୋଇଥିବା ଏହି ଚାଟିଂ ଅନେକ କଥାକୁ ପ୍ରଘଟ କରିଛି। ଅଧିକ ପଢନ୍ତୁ...

By

Published : Aug 6, 2021, 10:31 PM IST

ତୁଷାରକାନ୍ତଙ୍କ ମୃତ୍ୟ, ହତ୍ୟା ନା ଆତ୍ମହତ୍ୟା !
ତୁଷାରକାନ୍ତଙ୍କ ମୃତ୍ୟ, ହତ୍ୟା ନା ଆତ୍ମହତ୍ୟା !

କଟକ: ତୁଷାରକାନ୍ତ ସାହୁଙ୍କ ମୃତ୍ୟ ହତ୍ୟା ନା ଆତ୍ମହତ୍ୟା ! କେମିତି ହେଲା ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତଙ୍କ ମୃତ୍ୟୁ ? ମୃତଦେହ ମିଳିବାର ୨୪ ଘଣ୍ଟା ପରେ ମଧ୍ୟ ଏବେ ବି ରହସ୍ୟ ଘେରରେ ରହିଯାଇଛି ତୁଷାରକାନ୍ତ ମୃତ୍ୟୁ ଘଟଣା। ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ଆଜି ବିଧିବଦ୍ଧ ଭାବେ ତୁଷାରଙ୍କ ପ୍ରେମିକାଙ୍କୁ ମିଶାଇ ମୋଟ 6 ଜଣଙ୍କ ନାଁରେ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଇଛନ୍ତି। ଯାହାକୁ ନେଇ ସୂତାଖିଅ ଭଳି ଏହି ମାମଲା ଆହୁରି ଜଟିଳ ହେଉଛି ।

ତୁଷାରକାନ୍ତଙ୍କ ମୃତ୍ୟ, ହତ୍ୟା ନା ଆତ୍ମହତ୍ୟା !

ମହଙ୍ଗା ପଡ଼ିଲା କି ଟିନ ଏଜ୍ ଲଭ୍ ? ତ୍ରିକୋଣୀୟ ପ୍ରେମକୁ ନେଇ ହୋଇଛି କି ତୁଷାରଙ୍କ ମୃତ୍ୟୁ ? ସମୟ ଯେତିକି ବଢୁଛି ତୁଷାରଙ୍କ ମୃତ୍ୟୁ ଘଟଣା ସେତିକି ରହସ୍ୟମୟ ହେବାରେ ଲାଗିଛି। ତୁଷାରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ସିଧାସଳଖ ଅଭିଯୋଗ କରିଛନ୍ତି ପରିବାର ଲୋକେ। ତୁଷାରଙ୍କ ବାନ୍ଧବୀ, ବନ୍ଧବୀଙ୍କ ଏକ୍ସ ବୟଫ୍ରେଣ୍ଡ୍, ତିନି ସମ୍ପର୍କୀୟ ଭାଇ ଓ ବଡ଼ ଭଉଣୀ ମିଶି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ତୁଷାରଙ୍କ ପରିବାର ଲୋକେ। ଏହାରି ଭିତରେ ଆଜି(ଶୁକ୍ରବାର) ବାନ୍ଧବୀଙ୍କ ସହ ତୁଷାରଙ୍କ whatsaap ଚାଟିଂର ସ୍କ୍ରିନସର୍ଟ ସାମନାକୁ ଆସିଛି। ଦୁଇଟି ଭିନ୍ନଭିନ୍ନ ସମୟରେ ହୋଇଥିବା ଏହି ଚାଟିଂ ଅନେକ କଥାକୁ ପ୍ରଘଟ କରିଛି। ପ୍ରଥମେ ଉଭୟ ଉଭୟଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ଏହା ପରେ ଉଭୟଙ୍କ ମଧ୍ୟରେ ଏମିତି କିଛି ଘଟିଥିଲା ଯାହାକି ବିବାଦକୁ ଜନ୍ମ ଦେଇଥିଲା। ଏହି ଦ୍ଵିତୀୟ ପର୍ଯ୍ୟାୟ ଚାଟିଂରେ ତୁଷାରଙ୍କ ବନ୍ଧବୀ ଲେଖନ୍ତି.....

ମୁଁ ପିଲା ଦେଖିଥିଲି, ହେଲେ ତମ ଭଳି ଏମିତି ପିଲା ଦେଖି ନଥିଲି...
ମୋ ରିଲେସନ ଭାଙ୍ଗିବା ପାଇଁ ତମେ ମିଛ ବି କହିଦେଲ...
ମୋର କେତେବେଳେ ଇଚ୍ଛା ଥିଲା ଏସବୁ କରିବାକୁ...
ମୁଁ ତୁମ କଥାରେ ଭାସିକି ତମ ପାଇଁ ଆଟ୍ରାକ୍ସନଟା ଆଣିବା ମୋର ଭୁଲ୍ ଥିଲା...
ମୋର ସେତେବେଳେ ସୋନୁ କଥା ମନେ ପଡ଼ିଥିଲା ବୋଲି ମୁଁ ଦୂରେଇ ଯାଇଥିଲି...
ମୋତ ବରବାଦ କରି ଦେଇଛ ନା..ହଉ ଦେଖ ତମ ସହ କ’ଣ ହେଉଛି...
ମୁଁ କିଛି କରିବିନି.. ଭଗବାନ ଅଛନ୍ତି..ଦେଖୁଛନ୍ତି..
ନିଜେ ଡରୁଥିଲ ନା ପୋଲିସ କେସ୍ ପାଇଁ...
ମୋ ସାମ୍ନାକୁ ଆସିଲେ ଜୀବନରୁ ମାରିଦେବି...

ତେବେ ଏହି ଘଟଣାକୁ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ହତ୍ୟା ଏତଲା ଦେଇଛନ୍ତି ତୁଷାରଙ୍କ ପରିବାର ଲୋକେ।

ସେପଟେ ମୃତ୍ୟୁ ପୂର୍ବରୁ ତୁଷାର ନିଜ ବନ୍ଧବୀ ଓ ସାଙ୍ଗ ସହିତ ହସ ମଉଜର ଏକ ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ଭିଡ଼ିଓଟି ଗତ ଜାନୁଆରୀ ମାସରେ ବୋଲି କୁହାଯାଉଛି। ଏହା ବ୍ୟତୀତ ତୁଷାର ଓ ତାଙ୍କ ଅନ୍ୟ ଜଣେ ସାଙ୍ଗ ସହ ବାର୍ତ୍ତାଳାପର ଏକ ଅଡିଓ ବି ପ୍ରଘଟ ହୋଇଛି। ଯେଉଁଥିରେ ତୁଷାର କହୁଛିନ୍ତି ‘‘ଯାହା ହେଲା ହେଲା ମୁଁ ସେ ସବୁ ଜିନିଷ ଭୁଲି ଯାଇଥିଲି। ମୋ ଉପରେ ସବୁ ଭୁଲ ଲଦିଛନ୍ତି’’। ଆଉ କାନ୍ଦି କାନ୍ଦି ତୁଷାର କହିଛନ୍ତି ମୁଁ ମରିଯିବା ପରେ ସବୁ ଠିକ୍ ହୋଇଯିବ। ଅନ୍ୟପଟେ ତୁଷାରଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି ସାଙ୍ଗସାଥୀ। ଦୀର୍ଘ ଦିନ ହେବ ତୁଷାର ମାନସିକ ଚାପରେ ରହୁଥିଲେ। ତାଙ୍କର ଜଣେ ସହପାଠୀଙ୍କ କହିବା ଅନୁଯାୟୀ ସେ ଆତ୍ମହତ୍ୟା କରିବେ ବୋଲି ପୂର୍ବରୁ କହୁଥିଲେ । ମାତ୍ର, ବୁଝାସୁଝା କରିବା ପରେ ସବୁ ଠିକଠାକ୍ ହୋଇଥିଲା। ତେବେ ତୁଷାରଙ୍କ ମୃତ୍ୟୁ ପଛରେ ଗତ ୩ ତାରିଖ ଦିନ ଇଣ୍ଡୋର୍ ଷ୍ଟାଡିୟମ୍ ପାଖେ ଘଟିଥିବା ଘଟଣାକୁ ସନ୍ଦେହ କରୁଛନ୍ତି ସାଙ୍ଗସାଥୀ। ସେପଟେ ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ନେଇ କହିଛନ୍ତି ଡିସିପି ପ୍ରତୀକ ସିଂ।

ଏହି ଘଟଣାକୁ ନେଇ ସଂପୃକ୍ତ ଥିବା ଚର୍ଚ୍ଚିତ ବାନ୍ଧବୀ ଓ ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ପାଇଁ ସେମାନଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ କିଛି ବି କହିବାକୁ ରୋକଠୋକ୍ ମନା କରି ଦେଇଛନ୍ତି। ତେବେ ଏହି ଘଟଣା ଉପରୁ କେବେ ଉଠିବ ପରଦା ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details