କଟକ: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବେହାଲ କଟକ ଜିଲ୍ଲା । ଲଘୁଚାପ ପ୍ରଭାବରେ ଆଠଗଡ଼ରେ ୧୩୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ବେଳେ ବାଙ୍କୀ ଡମପଡାରେ ୧୬୦ ମିଲିମିଟର, ବାରଙ୍ଗରେ ୧୩୩ ମିଲିମିଟର, ବଡମ୍ବାରେ ୭୩ ମିଲିମିଟର, କଟକ ସଦରରେ ୧୫୮ ମିଲିମିଟର, କଣ୍ଟାପଡାରେ ୧୮୧ ମିଲିମିଟର, ମାହାଙ୍ଗାରେ ୧୭୨ ମିଲିମିଟର, ନିଆଳିର ୧୩୨ ମିଲିମିଟର, ନିଶ୍ଚିତ କୋଇଲିରେ ୧୫୩.୨ ମିଲିମିଟର, ନରସିଂହପୁରରେ ୫୬ ମିଲିମିଟର, ସାଲେପୁରରେ ୧୩୯ ମିଲିମିଟର, ଟାଙ୍ଗି ଚୌଦ୍ବାରରେ ୧୨୨ ମିଲିମିଟର, ତିଗିରିଆରେ ୮୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ଲଗାଣ ବର୍ଷାରେ ବେହାଲ କଟକ ଜିଲ୍ଲା, ଆଠଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ - କଟକ
ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବେହାଲ କଟକ ଜିଲ୍ଲା । ଲଘୁଚାପ ପ୍ରଭାବରେ ଆଠଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...
ଚଳିତ ବର୍ଷ ମୌସୁମୀ ବର୍ଷାଠାରୁ ଏହି ଲଘୁଚାପରେ କଟକ ସହରରେ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଶୁକ୍ରବାର ଯଦିଓ ସହରରେ ବର୍ଷା ହୋଇନାହିଁ, ତଥାପି ଲଘୁଚାପ ବର୍ଷାରେ ସହରର ଅନେକ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ବର୍ଷା ଜଳ ନିଷ୍କାସନରେ ବିଫଳ ହୋଇଛି କଟକ ମହାନଗର ନିଗମ । ତେବେ ସହରରୁ ବର୍ଷା ଜଳ ନିଷ୍କାସନ କରିବା ପାଇଁ ସିଏମସି ପକ୍ଷରୁ ୨୦୦ଟି ପମ୍ପ, ୧୭ଟି ଅଗ୍ନିଶମ ବିଭାଗର ପମ୍ପ, ୪ଟି ଉଚ୍ଚ କ୍ଷମତା ବିଶିଷ୍ଟ ପମ୍ପ ବ୍ୟବହାର କରାଯାଇଥିଲା । ତେବେ ଅଧିକ ବର୍ଷା ହେବା କାରଣରୁ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଥିବା କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ