ଓଡିଶା

odisha

ETV Bharat / city

ସିଲିଣ୍ଡରରେ ଗ୍ୟାସ ବଦଳରେ ପାଣି!

ରୋଷେଇ ପାଇଁ ଘରକୁ ଆଣିଥିଲେ ସିଲିଣ୍ଡର ଗ୍ୟାସ । ଏଥିରୁ ଗ୍ୟାସ ବଦଳରେ ପାଣି ବାହାରିବା ନେଇ ହୋଇଛି ଅଭିଯୋଗ।

ଡ଼ିଜାଇନ୍ ଫଟୋ

By

Published : Sep 2, 2019, 8:48 PM IST

କଟକ: ରୋଷେଇ ପାଇଁ ସହରରେ ସଭିଙ୍କ ପାଇଁ ଜରୁରୀ ହୋଇପଡ଼ିଛି ଗ୍ୟାସ ସିଲିଣ୍ଡର । ଦୁନିଆରେ ଅନେକ ପଦାର୍ଥର ନକଲ ସାମଗ୍ରୀ ଆପଣ ନିଶ୍ଟୟ ଦେଖିଥିବେ, କିମ୍ବା ଏହା ଯୋଗୁଁ ଠକାମୀରେ ମଧ୍ୟ ପଡ଼ିଥିବେ । ତେବେ ବଜାରରେ ନକଲି ଗ୍ୟାସ ମିଳିବା କେବେ ଶୁଣିନଥିବେ । ହଁ ଆଜ୍ଞା ଏପରି ଏକ ଘଟଣା କୌଣସି ଉପାନ୍ତ କିମ୍ବା ଅପହଞ୍ଚ ଅଞ୍ଚଳରେ ଘଟିନାହିଁ। ଖୋଦ ସିଲିଭର ସିଟି କଟକରେ ଜଣେ ଖାଉଟି ଗ୍ୟାସ ସିଲିଣ୍ଡର ଆଣିଥିଲେ କିନ୍ତୁ ସେଥିରେ ଗ୍ୟାସ ପରିବର୍ତ୍ତେ ପାଣି ଥିବାର ଅଭିଯୋଗ କରିଛନ୍ତି ।

ଗତ 27 ତାରିଖରେ ଗ୍ୟାସ ବୁକିଂ କରିଥିଲେ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ବୈଦ୍ୟନାଥ ରାଉତ । ଏହି ସିଲିଣ୍ଡରକୁ ଚୁଲାରେ ଲଗାଇଥିଲେ କିନ୍ତୁ ଏହା ଜଳି ନଥିଲା । ତେବେ ସିଲିଣ୍ଡରକୁ ଯାଞ୍ଚ କରିବା ପରେ ସେଥିରେ ଗ୍ୟାସ ବଦଳରେ ପାଣି ଥିବାର ଜାଣିବାକୁ ପାଇଥିଲେ । ଏନେଇ ଗ୍ୟାସ ଏଜେନ୍ସି ଙ୍କ ନିକଟରେ ଅଭିଯୋଗ କରିଥିଲେ ଖାଉଟି ଜଣକ।

ସିଲିଣ୍ଡରରେ ଗ୍ୟାସ ବଦଳରେ ପାଣି !

ଅନ୍ୟପଟେ ସମ୍ପୃକ୍ତ ଗ୍ୟାସ ଏଜେନ୍ସି କର୍ତ୍ତୃପକ୍ଷ କହିଛନ୍ତି ସିଲିଣ୍ଡର ମଧ୍ୟରେ ପାଣି ବାହାରିବା ଅଭିଯୋଗ ଖୁବ କମ ଆସିଥାଏ । ଏଭଳି ଅଭିଯୋଗ ଆସିଲେ ଖାଉଟିଙ୍କୁ ପାଣି ଥିବା ସିଲିଣ୍ଡରକୁ ବଦଳାଇ ନୂଆ ପ୍ରଦାନ କରାଯିବ ବୋଲି କହିଛନ୍ତି ଏଜେନ୍ସି କର୍ତ୍ତୃପକ୍ଷ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details