ଓଡିଶା

odisha

ETV Bharat / city

ସିଲଭରସିଟିରେ ସ୍ୱାଭାବିକ ହେଲା ଭୋଟଗ୍ରହଣ - cuttack

ବହୁ ବାଦବିବାଦ ପରେ ସିଲିଭରସିଟିରେ ସ୍ୱାଭାବିକ ହୋଇଛି ଭୋଟଗ୍ରହଣ। ଇଭିଏମ ସମସ୍ୟାକୁ ନେଇ ଭୋଟରଙ୍କ ମଧ୍ୟରେ ଦେଖାଦେଇଥିଲ ଅଶାନ୍ତି।

ଫଟୋ ସୌଜନ୍ୟ: ସମ୍ବାଦାଦାତା, କଟକ

By

Published : Apr 23, 2019, 12:11 PM IST

କଟକ: ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇସାରିଛି। ଇଭିଏମ୍‌ରେ ଯାନ୍ତ୍ରିକ ସମସ୍ୟା ଦେଖାଯିବା କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। କଟକ ସହରର ଖଟବିନ୍‌ ସାହି ସ୍ଥିତ 70 ନମ୍ବର ବୁଥରେ ପ୍ରାୟ 3 ଘଣ୍ଟାରୁ ଅଧିକ ସମୟ ଧରି ଇଭିଏମ ଅଚଳ ହୋଇପଡିଥିଲା।

ଯାହାକୁ ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ବେଶ କିଛି ସମୟର କସରତ ପରେ କାର୍ଯ୍ୟକ୍ଷମ ହୋଇଥିଲା ଇଭିଏମ। ଏହା ପରେ ଆରମ୍ଭ ହୋଇଥିଲା ଭୋଟଗ୍ରହଣ। ଯାହା ଏବେ ଜାରି ରହିଛି। ସବୁଠାରୁ ଅଣାୟତ୍ତ ପରିସ୍ଥିତି ଦେଖିବାକୁ ମିଳିଥିଲା ଖଟବିନ୍‌ ସାହିର 70 ନମ୍ବର ବୁଥରେ। ଇଭିଏମ୍‌ ସମସ୍ୟା ଯୋଗୁଁ ଭୋଟିଂ ସ୍ବାଭାବିକ ସମୟରେ ଆରମ୍ଭ ହୋଇପାରିନଥିଲ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, କଟକ

ଏଠାରେ ଲୋକେ ଆଙ୍ଗୁଠିରେ କାଳି ଲଗାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ଭୋଟ୍‌ ଦେଇପାରିନଥିଲେ। ଏପରିକି ହାତରେ ଚିରୁକୁଟି ବୁଥ ମଧ୍ୟରେ ଫସିରହିଥିଲା। ଅନ୍ୟପଟେ ମକ୍‌ପୋଲିଂକୁ ଦେଖା ଦେଇଥିଲା ସମସ୍ୟା। ବୁଥରେ ଏଭଳି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଇଭିଏମ୍‌ ସମସ୍ୟାର ସମାଧାନ ପରେ ମତଦାନ ସ୍ୱାଭାବିକ ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details