ଓଡିଶା

odisha

ETV Bharat / city

ପରିବା ବଜାରରେ ଭିଡ ନିୟନ୍ତ୍ରଣ କରିବେ ଭଲ୍ୟୁଣ୍ଟିଅର - କୋରୋନା ସ୍ଥିତି

କୋରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଛି। ବଜାର ମାନଙ୍କରେ ଭିଡ଼ ବି ଜମୁଛି। ସଂକ୍ରମଣକୁ ରୋକିବାକୁ ଭଲ୍ୟୁଣ୍ଟିୟର ନିୟୋଜିତ କରାଯିବ। ଅଧିକ ଖବର ପଢନ୍ତୁ...

ପରିବା ବଜାରରେ ଭିଡ ନିୟନ୍ତ୍ରଣ କରିବେ ଭଲ୍ୟୁଣ୍ଟିୟର
ପରିବା ବଜାରରେ ଭିଡ ନିୟନ୍ତ୍ରଣ କରିବେ ଭଲ୍ୟୁଣ୍ଟିୟର

By

Published : Aug 4, 2020, 9:57 PM IST

କଟକ: ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଛି। ଏହିଭଳି ସ୍ଥିତିରେ ବଜାର ମାନଙ୍କରେ ଭିଡ଼ ବି ଜମୁଛି। ବିଶେଷ କରି ପରିବା ବଜାରରେ ଭିଡ଼ ଜମୁଛି । ଏହାଦ୍ବାରା କୋରୋନା ସଂକ୍ରମଣର ସମ୍ଭାବନା ମଧ୍ୟ ରହିଛି । ତେବେ ଏହାର ନିୟନ୍ତ୍ରଣ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ପରିବା ବ୍ୟବସାୟୀ ସଂଘ।

ପରିବା ବଜାରରେ ଭିଡ ନିୟନ୍ତ୍ରଣ କରିବେ ଭଲ୍ୟୁଣ୍ଟିୟର

ପରିବା ବଜାରରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ଭଲ୍ୟୁଣ୍ଟିଅର ନିୟୋଜିତ କରାଯିବ। ଏହି ଭଲ୍ୟୁଣ୍ଟିଅର ମାନେ ବଜାରରେ ସାମାଜିକ ଦୂରତା ରକ୍ଷା କରିବାର ଦାୟିତ୍ବ ନେବେ। ପ୍ରତ୍ୟେକ ଗ୍ରାହକଙ୍କୁ ଏନେଇ ସଚେତନ କରାଇବେ। ଏହାଦ୍ବାରା କୋରୋନା ନିୟନ୍ତ୍ରଣ କରାଯାଇପାରିବ ବୋଲି ଛତ୍ରବଜାର ପରିବା ବ୍ୟବସାୟୀ ସଂଘର ସମ୍ପାଦକ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details