କଟକ: ଏସସିବି ବଡ ମେଡିକାଲରେ ରାଜ୍ୟର ପ୍ରଥମ ଭାଇରାଲ ରିସର୍ଚ୍ଚ ଆଣ୍ଡ ଡାଇଗନୋଷ୍ଟିକ ଲାବ୍ରୋଟୋରୀ (VRDL) ଉଦଘାଟିତ ହୋଇଯାଇଛି । କୋଭିଡ-19 କିମ୍ବା ଅନ୍ୟ ଭୂତାଣୁ ଜନିତ ରୋଗର ହେବ ନିରାକରଣ । ଆଇସିଏଆର କିମ୍ବା ଆରଏମଆରସି ଉପରେ ଆଉ କରିବାକୁ ପଡିବନି ନିର୍ଭର । କାରଣ ଆମ ରାଜ୍ୟରେ ହିଁ ସମସ୍ତ ପ୍ରକାରର ଭୂତାଣୁ ଚିହ୍ନଟ କରାଯିବ । କଟକ ବଡ ମେଡିକାଲରେ ଏହି ଭାଇରାଲ ରିସର୍ଚ୍ଚ ଆଣ୍ଡ ଡାଇଗନୋଷ୍ଟିକ ଲାବ୍ରୋଟୋରୀ (VRDL) କାର୍ଯ୍ୟକ୍ଷମ ପରେ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡିବ ନାହିଁ । ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ଏହି ଲ୍ୟାବରେ ରହିଛି । 50 ରୁ ଅଧିକ ଊର୍ଦ୍ଧ୍ବ ଡାକ୍ତର କର୍ମଚାରୀ ଏହି ଲ୍ୟାବରେ କାମ କରୁଛନ୍ତି । ଯାହା ଆଗାମୀ ଦିନରେ ଲୋକଙ୍କୁ ସଚେତନ କରାଇବା ସହ ଭୂତାଣୁ ଚିହ୍ନଟ କରିବାରେ ସହାୟକ ହେବ ।
ଏହି ରିସର୍ଚ୍ଚ ସେଣ୍ଟରରେ କୋଭିଡ ଭୂତାଣୁ ସମେତ ଅନ୍ୟ ଭୂତାଣୁ ଉପରେ ଗବେଷଣା କରିବ ଏହି ସଂସ୍ଥା । ଏହି ରିସର୍ଚ୍ଚ ସେଣ୍ଟରରେ ଭୂତାଣୁର ରୂପରେଖ କିପରି ଓ ତାହାର ମ୍ୟୁଟେସନ ପ୍ରକ୍ରିୟା କଣ ରହିବ ତାହା ଉପରେ ଅଧ୍ୟୟନ କରାଯିବ । ଯାହା ଆଗାମୀ ଦିନରେ ଦେଶ ପ୍ରତି ଯେଉଁ ଯେଉଁ ବଡ ବଡ ମହାମାରୂ ରୂପୀ ଭାଇରସ ଆସିବ ତାହାକୁ ସଠିକ ନିରୂପଣ କରାଯାଇ ତାହାର ନିଦାନ ମାର୍ଗ ଖୋଜାଯାଇପାରିବ ।