କଟକ:କଟକ ପରିବାର ଅଦାଲତରେ ଚାଲିଥିବା ବର୍ଷା-ଅନୁଭବ ବିବାଦ ମାମଲାରେ ଏବେ ନୂଆ ମୋଡ଼ ଆସିଛି । ବର୍ଷା ଜାଣି ଶୁଣି ମାମଲାକୁ ବିଳମ୍ବିତ କରୁଥିବା ଅଭିଯୋଗ କରିଛନ୍ତି ସାଂସଦ ତଥା ସ୍ବାମୀ ଅନୁଭବ ମହାନ୍ତି । ଆଜି(ଗୁରୁବାର) ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ମିଳାମିଶା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ଅନୁଭବ ଆଜି ନିଜର ପକ୍ଷ ରଖିଥିବାବେଳେ ହାଜର ହେଲେ ନାହିଁ ବର୍ଷା ପ୍ରିୟଦର୍ଶିନୀ ।
ମଧ୍ୟସ୍ଥତା କେନ୍ଦ୍ରକୁ ଆସୁନାହାନ୍ତି ବର୍ଷା, ଅଭିଯୋଗ ଆଣିଲେ ସାଂସଦ ଅନୁଭବ ମହାନ୍ତି
ବଢୁଛି ଅଭିନେତ୍ରୀ ବର୍ଷା ଏବଂ ସାଂସଦ ଅନୁଭବ ମହାନ୍ତି ବିବାଦ । ପରିବାର ଅଦାଲତରେ ତାଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଥିବାବେଳେ ବର୍ଷା ଜାଣି ଶୁଣି ମାମଲାକୁ ବିଳମ୍ବିତ କରୁଥିବା ଅଭିଯୋଗ କରିଛନ୍ତି ଅନୁଭବ । ଅଧିକ ପଢନ୍ତୁ...
ମଧ୍ୟସ୍ଥତା କେନ୍ଦ୍ରକୁ ଆସୁନାହାନ୍ତି ବର୍ଷା, ଅଭିଯୋଗ ଆଣିଲେ ସାଂସଦ ଅନୁଭବ ମହାନ୍ତି
ଅନୁଭବ ଏକାକି ହାଜର ହୋଇ ନିଜର ପକ୍ଷର ରଖିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ବରଂ ବର୍ଷା ବାରମ୍ବାର ଏହିଭଳି କରି ଶୁଣାଣି ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଏହାସହ ବର୍ଷା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିଲେ ମଧ୍ୟ ସେ ନିଜେ ଦାୟର କରିଥିବା ମାମଲାର ଶୁଣାଣିକୁ ଆସୁନଥିବା ମଧ୍ୟ କହିଛନ୍ତି ଅନୁଭବ । ସେପଟେ ଏନେଇ ବର୍ଷାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ