କଟକ:ବର୍ଷା ଅନୁଭବଙ୍କ ପାରିବାରିକ ମାମଲାରେ ନୂଆ ମୋଡ଼ । ଅନୁଭବଙ୍କ ଘରେ ବର୍ଷା ରହିବା ଉପରେ କଟକ SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ କୋର୍ଟ । SDJMଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କଟକ ଜିଲ୍ଲା ଜଜ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା । ତେବେ ପରବର୍ତ୍ତୀ ଶୁଣାଣି ଆସିବା ପର୍ଯ୍ୟନ୍ତ ବର୍ଷା ଅନୁଭବଙ୍କ ଘରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅନୁଭବ ବର୍ଷାଙ୍କୁ ଘର ଭଡା ବାବଦରେ ମାସିକ ୩୦ ହଜାର ଟଙ୍କା ଦେବେ । ଦୁଇ ମାସ ମଧ୍ୟରେ ବର୍ଷା ଘର ଛାଡିବେ ବୋଲି କଟକ ଏସଡିଜେଏମ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାକୁ ଚ୍ୟାଲେଞ୍ଜ କରି କଟକ ଜିଲ୍ଲା ଜଜ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା । ତେବେ କୋର୍ଟ ଏହାର ଶୁଣାଣି କରି ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି । ଫଳରେ ଅନୁଭବଙ୍କୁ ଝଟକା ଲାଗିଛି ।