କଟକ: ତୃତୀୟ ପର୍ଯ୍ୟାୟ ଲକଡାଉନରେ ସିଏମସି କଟକ ସହରରେ ଦୋକାନ ଖୋଲିବା ପାଇଁ ନୂତନ ଗାଇଡ଼ ଲାଇନ ଜାରି କରିଛି । ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ଗୁଡିକୁ ସକାଳ 7ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଅତ୍ୟାବଶ୍ୟକ ଦୋକାନ ଗୁଡିକ ପୂର୍ବ ଅନୁସାରେ ଖୋଲିପାରିବ ବୋଲି ଏଥିରେ କୁହାଯାଇଛି ।
କଟକରେ ସକାଳ 7ରୁ ସନ୍ଧ୍ୟା 6ଟା ଅଣଅତ୍ୟାବଶ୍ୟକ ଦୋକାନ ଖୋଲା
ତୃତୀୟ ପର୍ଯ୍ୟାୟ ଲକଡାଉନରେ ସିଏମସି କଟକ ସହରରେ ଦୋକାନ ଖୋଲିବା ପାଇଁ ନୂତନ ଗାଇଡ଼ ଲାଇନ ଜାରି କରିଛି । ଅଧିକ ପଢନ୍ତୁ...
କଟକରେ ସକାଳ 7ରୁ ସନ୍ଧ୍ୟା 6ଟା ଅଣଅତ୍ୟାବଶ୍ୟକ ଦୋକାନ ଖୋଲା
ଅତ୍ୟାବଶ୍ୟକ ପ୍ରତିଷ୍ଠାନ ଗୁଡିକ ମଧ୍ୟରେ ମେଡିସିନ ଦୋକାନ, ପାନୀୟ ଜଳଯୋଗାଣ ଓ ବିଦ୍ୟୁତ ସେବା(ସେସୁ) ସବୁ ସମୟରେ ଖୋଲା ରହିବ । ତେବେ କଟକ ଗ୍ରୀନ ଜୋନ ଘୋଷଣା ହେବା ପରେ 80ରୁ 90 ପ୍ରତିଶତ ଦୋକାନ ଖୋଲା ରହୁଥିବା ଦେଖିବାକୁ ମିଳିଛି । ଯାହା ପାଇଁ ସମୟ ନିର୍ଦ୍ଧାରିତ କରିଛନ୍ତି ମହାନଗର ନିଗମ । ତେବେ ଏହି ନିୟମ ଯୋଗୁଁ ସାଧାରଣ ଲୋକେ ବେଶ ଉପକୃତ ହେବେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ