ଓଡିଶା

odisha

ETV Bharat / city

ଫାଇନ ନୁହେଁ ସୁରକ୍ଷା ଚାହୁଁ: ଟ୍ରାଫିକ ଡିସିପି - ଗାଡି ଚାଳକ ମାନଙ୍କ ମଧ୍ୟରେ ସଚେତନତା

ଗାଡି ଚାଳକଙ୍କ ମଧ୍ୟରେ ସଚେତନତା ଆଣିବାକୁ ଷ୍ଟିକର ଓ ଚାବି ରିଙ୍ଗ ବାଣ୍ଟିଛି ଟ୍ରାଫିକ ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

By

Published : Oct 22, 2019, 3:33 PM IST

କଟକ: ଗାଡି ଚାଳକଙ୍କ ମଧ୍ୟରେ ସଚେତନତା ଆଣିବାକୁ ଷ୍ଟିକର ଓ ଚାବି ରିଙ୍ଗ ବାଣ୍ଟିଛି ଟ୍ରାଫିକ ବିଭାଗ। ଲିଙ୍କ ରୋଡରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ଡିସିପି ସାଗରିକା ନାଥ ଓ କଟକ ଡିସିପି ଅଖିଳେଶ୍ବର ସିଂ ଯୋଗ ଦେଇ ଚାଳକଙ୍କୁ ସଚେତନ କରାଇଥିଲେ । ଏହି ଷ୍ଟିକର ଓ ଚାବି ରିଙ୍ଗରେ ‘ମୁଁ ବି ମାନୁଚି ଟ୍ରାଫିକ ନିୟମ, ଆପଣ ମଧ୍ୟ ମାନନ୍ତୁ’ ଲେଖାଯାଇଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଟ୍ରାଫିକ ନିୟମ ମାନୁ ନଥିବା ଟ୍ରାଫିକ ଡିସିପି ପ୍ରକାଶ କରିଛନ୍ତି । ଯାହାକୁ ନେଇ ପ୍ରତିଦିନ କମିଶନରେଟ ପୋଲିସ ବିଭିନ୍ନ ଉପାୟରେ ଲୋକଙ୍କୁ ବୁଝାଉଛି । ନୂଆମୋଟର ଯାନ ଆଇନ ଫାଇନ ଆଦାୟ କରିବାର ପ୍ରସଙ୍ଗ ନୁହେଁ ବରଂ ଏହା ଗୋଟିଏ ଜୀବନକୁ ସୁରକ୍ଷା ପ୍ରଦାନ କରିବ ବୋଲି ଡିସିପି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହା ସହିତ ଚାଳକ ମାନଙ୍କୁ ଦିଆଯାଇଥିବା 3 ମାସ ପୂରଣ ହେବାକୁ ବସିଲାଣି । ଯେଉଁ ଗାଡି କାଗଜପତ୍ର କରିବା ପାଇଁ ଡେଡ଼ ଲାଇନ ଦିଆଯାଇଥିଲା ତାହା ପୂରି ଆସିଲାଣି । ବର୍ତ୍ତମାନ ବି ଚେକିଂ ଚାଲିଛି । ଆଉ ଆଗମୀ ଦିନରେ ମଧ୍ୟ ସମାନ ଢଙ୍ଗରେ ଚେକିଂ ଚାଲିବ ବୋଲି ସେ ପ୍ରକାଶ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details