କଟକ: ରାଜ୍ୟରେ ଦିନକୁ ଦିନ ହୁ ହୁ ବଢି ଚାଲିଛି ସଂକ୍ରମଣ । ଏସସିବି ବଡ ମେଡିକାଲରେ ସଂକ୍ରମଣ ବୃଦ୍ଧି ପାଇବା ନେଇ ସମ୍ଭାବନା ଥିବାରୁ ଟିକେଟ କାଉଣ୍ଟର ବଢାଇବା ସହିତ ଟୋକନ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି ।
ଏସସିବି ବଡ ମେଡିକାଲରେ ଦିନକୁ ଶହ ଶହ ଲୋକଙ୍କ ଭିଡ ଲାଗୁଛି । ଟିକେଟ କାଉଣ୍ଟର ସମ୍ନାରେ ଅନେକ ଲୋକ ଲାଇନରେ ଛିଡା ହେଉଛନ୍ତି । ଯାହାଦ୍ବାରା ସମାଜିକ ଦୂରତାର ସମ୍ପୂର୍ଣ୍ଣ ଭଙ୍ଗ ହେଉଛି ।