ଓଡିଶା

odisha

ETV Bharat / city

ଏସିପି ସରିଫଉଦ୍ଦିନଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ !

ନିଶା ନିବାରଣ ଆନ୍ଦୋଳନକାରୀଙ୍କୁ ଏସିପି ଏସ. କେ ସରିଫଉଦ୍ଦିନଙ୍କ ମାଡ଼ମରା ଘଟଣାରେ ଓଡିଶା ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପ୍ରତିକ୍ରିୟା। କୌଣସି ମତେ ପୋଲିସ ବାହିନୀ ମଧ୍ୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ।

By

Published : Mar 7, 2019, 3:14 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ନିଶା ନିବାରଣ ଆନ୍ଦୋଳନକାରୀଙ୍କୁ ଏସିପି ଏସ. କେ ସରିଫଉଦ୍ଦିନଙ୍କ ମାଡ଼ମରା ଘଟଣାରେ ଓଡିଶା ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପ୍ରତିକ୍ରିୟା। କୌଣସି ମତେ ପୋଲିସ ବାହିନୀ ମଧ୍ୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଯଦି ଆଇନକୁ ହାତକୁ ନେଇ କେହି କର୍ମଚାରୀ ସାଧାରଣ ଜନତାଙ୍କୁ ଆଘାତ କରନ୍ତି, ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସବୁ ରେଞ୍ଜର ଆଇଜି, ଡ଼ିଆଇଜି ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଡିଜି।

ପୂର୍ବରୁ ମଧ୍ୟ ବହୁ କର୍ମଚାରୀଙ୍କ କାର୍ଯ୍ୟକଳାପ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିଲମ୍ବିତ କରାଯାଇଛି। ଏହି ଘଟଣାରେ ମଧ୍ୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି।

ସୂଚନା ମୁତାବକ, ଗତକାଲି କଟକ ବାଦାମବାଡ଼ି ଛକ ନିକଟରେ ଏକ ନିଶା ବିରୋଧୀ ଆନ୍ଦୋଳନକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ 2 ନମ୍ବର ଜୋନ ଏସିପି ସରିଫଉଦ୍ଦିନ। ଯାହାକୁ ନେଇ ଏବେ ସଂଘ ଓ ସୋସିଆଲ ମିଡିଆରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details