ଓଡିଶା

odisha

ETV Bharat / city

ସାଲେପୁରରେ ବୁଲୁଛି ବାଘ, ଲୋକେ ଭୟଭୀତ

କଟକ ଜିଲ୍ଲା ନନ୍ଦୋଳଗଡା ଗାଁ ନିକଟ ଏକ ଜଙ୍ଗଳରେ ଏକ ବାଘ ବୁଲୁଥିବାର ଲୋକ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

By

Published : May 9, 2021, 7:57 AM IST

ରାସ୍ତା କଡରେ ବୁଲୁଛି ବାଘ
ରାସ୍ତା କଡରେ ବୁଲୁଛି ବାଘ

କଟକ:ବାଘ ଭୟରେ ସାଲେପୁରବାସୀ । କଟକ ଜିଲ୍ଲା ନନ୍ଦୋଳଗଡା ଗାଁ ନିକଟ ଏକ ଜଙ୍ଗଳରେ ଏକ ବାଘ ବୁଲୁଥିବାର ଲୋକ ସନ୍ଦେହ କରି ବନବଭାଗକୁ ଖବର ଦେଇଥିଲେ । ବାଘ ବୁଲୁଥିବାର ଦେଖି ସ୍ଥାନୀୟ ଲୋକ ଭୟଭିତ ହୋଇଥିବା ଦେଖିବାକୁ ମିଳିଛି ।

ରାସ୍ତା କଡରେ ବୁଲୁଛି ବାଘ

ବାଘଟି ରାସ୍ତା କଡରେ ଥିବା ବୁଦାମୂଳେ ବୁଲୁଥିବାକୁ କିଛି ପ୍ରତ୍ୟକ୍ଷଦର୍ଶୀ ଦୂରରୁ ଏହାକୁ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓଟି ସ୍ପଷ୍ଟ ଦିଶୁ ନଥିଲେ ବି ବାଘ ବୋଲି ବନ ବିଭାଗ ଅନୁମାନ କରାଯାଉଛି । ବନଖଣ୍ଡ ଅଧିକାରୀ ସେଠାରେ ପହଞ୍ଚି ଡକବାଜି ଯନ୍ତ୍ର ଦ୍ବାରା ଆଖପାଖ ଗାଁର ଲୋକଙ୍କୁ ସଚେତନ କରିଛି।

ତେବେ ପ୍ରକୃତରେ ତାହା ବାଘ କି ଆଉ କେଇଁ ଜୀବ ଧରା ପଡିଲେ ସ୍ପଷ୍ଟ ଦେବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ପହଞ୍ଚି ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details