କଟକ:କୋଭିଡ ମୃତ୍ୟୁ ଲୁଚାଇବା ପ୍ରସଙ୍ଗରେ ମୁହଁ ଖୋଲିଛି ସିଏମସି । ଏନେଇ ସ୍ପଷ୍ଟୀକରଣ ଦେଇଛି ସିଏମସି । ସବୁ କିଛି ରେକର୍ଡ ଆଧାରରେ ହେଉଛି । କୌଣସି ପ୍ରକାର କୋଭିଡ ତଥ୍ୟକୁ ଲୁଚା ଯାଉନାହିଁ ।
କୋଭିଡ ମୃତ୍ୟୁକୁ ନେଇ କୌଣସି ଦ୍ବନ୍ଦ ନାହିଁ: ସିଏମସି
କୋଭିଡ ମୃତ୍ୟୁକୁ ନେଇ ଦିଆଯାଉଥିବା ତଥ୍ୟକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଲା ସିଏମସି । ଅଧିକ ପଢନ୍ତୁ...
କୋଭିଡ ମୃତ୍ୟୁକୁ ନେଇ କୌଣସି ଦ୍ବନ୍ଦ ନାହିଁ: ସିଏମସି
ଘରୋଇ ହସ୍ପିଟାଲ ହେଉ କି ସରକାରୀ କୋଭିଡ ମେଡିକାଲରେ ଯେତିକି ମୃତ୍ୟୁ ହେଉଛି ତାହାର ସଠିକ ତଥ୍ୟ ଆସୁଛି । କାରଣ ମୃତ୍ୟୁ ପରେ ସାର୍ଟିଫିକେଟ ମଧ୍ୟ ଇସ୍ୟୁ କରିବାକୁ ପଡିଥାଏ । ତେଣୁ ଏହି ସମୟରେ ତଥ୍ୟ ଲୁଚାଯିବା ପ୍ରସଙ୍ଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବାେଲି କହିଛି ସିଏମସି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ